ଭୟଙ୍କର ଦୁର୍ଘଟଣାରୁ ବର୍ତିଲେ ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ହୁ ହୁ ହେଇ ଜଳିଗଲା କାର

ଗତକାଲି ବିଳମ୍ବିତ ରାତ୍ରିରେ ଏକ ଦୁର୍ଘଟଣାରେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ ଗୁରୁତର ଆହତ ହେଇଛନ୍ତି I ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକ ତାଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ I ଫଳରେ ଏକ ବଡ ଦୁର୍ଘଟଣା ରୁ ଯୋଗେଶ ବର୍ତ୍ତିଯାଇଛନ୍ତି I ତେବେ ଦୁର୍ଘଟଣା ରେ ଯୋଗେଶ ବସିଥିବା କାର ଟି ସମ୍ପୂର୍ଣ୍ଣ ଜଳିଯାଇଛି I ସୂଚନା ଅନୁଯାଇ ଯୋଗେଶ ସମ୍ବଲପୁର ରୁ ଭୁବନେଶ୍ୱର ଯାଉଥିବା ସମୟରେ କାର ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିହେଇ ଧୂଆଁ ବାହାରିଥିଲା I

ଉପସ୍ଥିତ ଥିବା ;ଲୋକେ ଯୋଗେଶ ଙ୍କୁ ଉଦ୍ଧାର କରିବା ପରେ କର ଟି ଜଳିଯାଇଛି I ସୂଚନା ଥାଉ କି ଯୋଗେଶ କଂଗ୍ରେସ ର ବିଧାୟକ ଥିଲେ ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁତାଙ୍କୁ କଂଗ୍ରେସ ରୁ ନିଲମ୍ବିତ କରାଯାଇଥିଲା ପରେ ସେ ଇସ୍ତଫା ଦେଇ ବିଜେଡି ରେ ମିଶିଥିଲେ I

Leave a Reply

Your email address will not be published. Required fields are marked *