ରାଜସ୍ଥାନ ରେ ଅନେକ ପର୍ଯ୍ୟଟକ ସ୍ଥଳୀ ଅଛି। ଏଠାକୁ ବର୍ଷସାରା ପର୍ଯ୍ୟଟକ ଙ୍କ ସୁଅ ଛୁଟିଥାଏ। ଅନେକ ଲୋକ ଏହି ଜାଗା ର ଇତିହାସ ବିଷୟରେ ଜନିନଥିବେ। ଏହି ଜାଗା ର ଅନେକ ମହତ୍ୱ ରହିଛି।
ରାଜସ୍ଥାନ ଏହି ସହର ରେ ପୂର୍ବରୁ ଏକ ବଡ଼ ସମୁଦ୍ର ଥିଲା। ଯାହାକୁ ଜମ୍ବୋ ପ୍ରଦେଶ କୁହାଯାଉଥିଲା। ତ୍ରତୋୟା ଯୁଗରେ ଏହି ସମୁଦ୍ର ର ପାଣି ଅଟେ ଲୁଣିଆ ଥିଲା ଯେ ଯେ କେହି ବି ଏହି ପାଣି ପିଉଥିଲା ତା ପ୍ରାଣ ବାୟୁ ଉଡିଯାଉଥିଲା।
ଇତିହାସ ର ବିଶେଷଜ୍ଞ ଶ୍ରବଣ କୁମାର ଉପାଧ୍ୟାୟ କହିଛନ୍ତି ଯେ, ବାଲ୍ମୀକି ରାମାୟଣ ରେ ଏସବୁ ଉଲ୍ଲେଖ ଅଛି। ସେ କହିଛନ୍ତି, ଯେତେବେଳେ ଶ୍ରୀ ରାମ ଲଙ୍କା ଯିବା ପାଇଁ ସମୁଦ୍ର ନିକଟ କୁ ଆସିଥିଲେ ସେତେବେଳେ ସ୍ୱନୁନ୍ଦ୍ରା ତାଙ୍କୁ ରାସ୍ତା ଦେଇନଥିଲେ। ଫଳରେ ଶ୍ରୀରାମ ରାଗିଯାଇ ଧନୁ ବାହାର କରିଥିଲେ। ଏହା ଦେଖି ସମୁଦ୍ର ଅନୁରୋଧ କରିଥିଲେ ଯେ ପୃଥିବୀରେ ଏହି ଭୂଭାଗ କୁ ଲକ୍ଷ କରି ଧନୁ ଛାଡ଼ନ୍ତୁ ଯେପରି ଏହି ଲୁଣି ପାଣି ଯୁକ୍ତ ସମୁଦ୍ର ଶୁଖିଯିବ। ଏହା ଶୁଣି ରାମଚନ୍ଦ୍ର ସେହି ଦିଗରୁ ଧନୁ ଛାଡିଥିଲେ। ଏହା ପରେ ଜମ୍ୱୋ ପ୍ରଦେଶ ସୃଷ୍ଠି ହେଲା ଓ ଧୀରେ ଧୀରେ ସେଠାରେ ଜନବସତି ଆରମ୍ଭ ହେଲା। ଯୋଧପୁର ସହର ର ଭୂଭାଗ କୁ ରମକଳଖଣ୍ଡ ର ସମକକ୍ଷ ବୋଲି ବିଚାର କରାଯାଏ।
ଏହି ସହର କୁ ନେଇ ପ୍ରଫେସର ଗୋବିନ୍ଦ ସିଂହ କହିଛନ୍ତି ଯେ ବାସ୍ତବରେ ଯେତେବେଳେ ଏହି ଘଟଣା ସମ୍ପର୍କ ରେ ଜଣାପଡିଥିଲା ସେତେବେଳେ ବହୁତ ଆଶ୍ଚର୍ଯ୍ୟ ଲଗିଥିଲା। ପାହାଡ଼ର ପ୍ରାକୃତିକ କ୍ଷୟ ବା ଆକାର ଏହା ଦର୍ଶାଇଛି ଯେ, ପାଣି ର ପ୍ରଖର ଗତି ବା ଜଳ ପ୍ରବାହ ସେଠାରେ ଥିଲା।
ଏହି ସହର ହେଉଛି ଯୋଧପୁର। ଏଠାକାର ସଂସ୍କୃତି ଓ ପରମ୍ପରା ଉଭୟ ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକ ଙ୍କୁ ବେଶ୍ ଆକୃଷ୍ଟ କରିଛି। ସେଠାକାର ଇତିହାସ କହିବା ବେଳେ ଅନେକ ଥର ଆଖିରେ ଲୁହ ଆସିଯାଇଥାଏ। ଇତିହାସର ପୃଷ୍ଠା ଲେଉଟାଇଲେ ଜଣାପଡେ ଯେ, ଏହି ମାଟିରେ ଧୀର , ବିର ଏବଂ ଗମ୍ଭୀର ମଣିଷ ଜନ୍ମ ହୋଇଛନ୍ତି ଯାହା ଦୁନିଆର ଆଉ କେଉଁଠି ଦେଖିବାକୁ ମିଳେ ନାହିଁ ବୋଲି ପ୍ରଫେସର କହିଛନ୍ତି।