କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କ ବିରୁଦ୍ଧରେ ଲଢ଼ିବେ ଅନୁଭବ !! ବୈଜୟନ୍ତ ଙ୍କୁ ପାନେ ଦେବାକୁ ଏକମାତ୍ର ଭରଷା ଅନୁଭବ !

ବିଜେଡି ର ଦୁର୍ଗ କୁହାଯାଉଥିବା କେନ୍ଦ୍ରାପଡା ରେ ଚାରିଥର ସାଂସଦ ଥିବା ବୈଜୟନ୍ତ ପଣ୍ଡା ବିଜେଡି ରୁ ବାହାରିବା ପରେ ଏବେ ବିଜେଡି ର ଫୋକସ ରେ ରହିଛି ଏହି ଆସନ I କାହିଁକିନା ଏହା ହେଉଛି ବିଜେଡି ପାଇଁ ସମ୍ମାନ ର କଥା I କଳେବଳେ କୌଶଳେ ବିଜେଡି ଏଠାରୁ ଜିତିବାକୁ ପ୍ଲାନ କରିବାରେ ଲାଗିପଡ଼ିଚି Iଅପରପକ୍ଷରେ ବିଜେଡି ଛାଡିଥିବା ବୈଜୟନ୍ତ ବିଜେପି ରେ ସାମିଲ ହେଇସାରିଛନ୍ତି ଏବଂ ଦଳରେ ତାଙ୍କୁ ରାଷ୍ଟ୍ରୀୟ ମୁଖପାତ୍ର ସହିତ ଉପ ସଭାପତି ପଦବୀ ଦିଆଯାଇଛି I

କେନ୍ଦ୍ରାପଡା ରେ ତାଙ୍କ ଲୋକପ୍ରିୟତା ଯଥେଷ୍ଟ ଥିବାବେଳେ ଏବେ ବିଜେପି ସମର୍ଥନ ତାଙ୍କୁ ଆହୁରି ଲାଭଦାୟକ ହେବ I ତେଣୁ ସମ୍ଭବତଃ ବୈଜୟନ୍ତ କେନ୍ଦ୍ରାପଡ଼ାରୁ ଲଢ଼ିପାରନ୍ତି I ଅପରପକ୍ଷରେ ବୈଜୟନ୍ତ ଙ୍କ ଢେଙ୍କାନାଳ ମାରାଥନ ଗସ୍ତକୁ ନେଇ ମଧ୍ୟ ଚର୍ଚା ହେଉଛି କି ଢେଙ୍କାନାଳ ରୁ ଲଢ଼ିପାରନ୍ତି I ତେବେ ବୈଜୟନ୍ତ ଙ୍କ ବିରୁଧରେ ପ୍ରାଥୀ ଦେବାକୁ ନେଇ ବିଜେଡି ହରଡ଼ଘଣାରେ I କେନ୍ଦ୍ରାପଡା ଜିଲ୍ଲାରେ ବିଜେଡି ମୁଖ୍ୟ ସମସ୍ୟା ଏବେ ଗୋଷ୍ଠୀ କନ୍ଦଳ ସାଜିଥିବା ପରସ୍ପର ମଧ୍ୟରେ ସମ୍ପର୍କ ସେତେ ଭଲ ନାହିଁ ,ତେଣୁ ଜିଲ୍ଲାରୁ କୌଣସି ବି ନେତାଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ପ୍ରାଥୀ କରି ରିସ୍କ ନେବାକୁ ଚାଁହୁନି ବିଜେଡି I ପ୍ରାପ୍ତ ସୂଚନା ଅନୁଯାଇ ରାଜ୍ୟ ସଭା ସାଂସଦ ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ଙ୍କ ବିରୁଧରେ ପ୍ରାଥୀ କରାଯିବା ନେଇ ଚାଲିଛି ପ୍ରସ୍ତୁତି I

ଫିଲ୍ମ ତାରକା ଭାବେ ଅନୁଭବ ଙ୍କର ଲୋକପ୍ରିୟତା ଯଥେଷ୍ଟ ଥିବାରୁ ଏହାର ଫାଇଦା ନେବାକୁ ଭରପୁର ପ୍ରୟାସ କରିପାରେ ବିଜେଡି I

Leave a Reply

Your email address will not be published. Required fields are marked *