ଦିଲ୍ଲୀରୁ ଫେରିଲେ ଦାମ ,କହିଲେ ଦୁର୍ନୀତି ଭ୍ରଷ୍ଟାଚାର ନବୀନ ସରକାର ଙ୍କୁ ଯିଏ ହଟେଇବ ମୁଁ ତାଙ୍କ ସହିତ ଅଛି ,

ଦାମଙ୍କ ବିଜେପି ଯୋଗଦାନ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ ଅଚାନକ ଦିଲ୍ଲୀ ଗସ୍ତ ସମସ୍ତଙ୍କ ଭାବନାକୁ ଆହୁରି ଦୃଢ଼ୀଭୁତ କରିଛି I ଖବର ଜାଣିବାକୁ ସାମ୍ବାଦିକ ମାନେ ଦାମ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି କଲ ଧରିନଥିଲେ ଦାମ I ତେବେ ଗତକାଲି ବିଳମ୍ବିତ ରାତ୍ରିରେ ଦିଲ୍ଲୀରୁ ଫେରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ I

ଗଣମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେଏକଦା ବିଜୁବାବୁଙ୍କ ଅନୁଗତ ଥିବା ସମସ୍ତ ବିଯୁପ୍ରେମୀ ଙ୍କୁ ଅପମାନ ଜନକ ଭାବରେ ବିଜେଡି ରୁ ବାହାରିବାକୁ ପଡିଛି I ଏବେର ବିଜେଡି ଏବଂ ସରକାର ଦୁର୍ନୀତିଗ୍ରସ୍ତ ହେଇପଡ଼ିଛନ୍ତି I ତେଣୁ ସମସ୍ତ ବିଜୁପ୍ରେମୀ ଙ୍କୁ ଏକାଠି କରି ଏକ ଆଞ୍ଚଳିକ ଦଳ ଗଠନ ପାଇଁ ପ୍ରୟାସ କରିଥିଲେ ମଧ୍ୟ ସମ୍ଭବ ହେଇପାରିନାହିଁ I ବୈଜୟନ୍ତ ମଧ୍ୟ ବିଜେପି ରେ ମିଶିସାରିଛନ୍ତି I ଓଡିଶା ବିଜେପି ରୁ ବରିଷ୍ଠ ନେତାମାନେ ତାଙ୍କୁ ଯୋଗାଯୋଗ କରିଛନ୍ତି ,ଦଳରେ ମିଶିବା ନେଇ ପ୍ରସ୍ତାବ ଦେଇଛନ୍ତି I ଅପରପକ୍ଷରେ କଂଗ୍ରେସ ମଧ୍ୟ ପ୍ରସ୍ତାବ ଦେଉଛି

I କର୍ମୀ ଙ୍କ ସହିତ କଥାବାର୍ତା କରିବା ପରେ ବିଜେପି ରେ ଯୋଗ ଦେବେ କି ନାହିଁ ଦିନେ ଦୁଇଦିନ ମଧ୍ୟରେ ନିଷ୍ପତି ନେବେ ବୋଲି କହିଛନ୍ତି ଦାମ I ଆହୁରି ମଧ୍ୟ କହିଛନ୍ତି ଜେ \ସେ ବୟସ୍କ ହେଇଗଲେଣି ପଦ ପଦବୀ ପାଇଁ ଲୋଭ ନାହିଁ କିନ୍ତୁ ଦୁର୍ନୀତି ଭ୍ରଷ୍ଟାଚାର ବିଜେଡି ସରକାର କୁ ଯିଏ ହଟେଇବାକୁ ଆଗକୁ ଆସିବ ତାଙ୍କ ସହିତ ସେ ରହିବେ ଏବଂ ନୈତିକ ସମର୍ଥନ ଦେବେ I ତେବେ ଅନ୍ତତ ଗୋଟିଏ କଥା କୁହାଯାଇପାରେ ଯେ ବିଜେପି କିମ୍ବା କଂଗ୍ରେସ ରେ ଖୁବ ଶୀଘ୍ର ଦାମ ମିଶିବେ I

Leave a Reply

Your email address will not be published. Required fields are marked *