ଘୋଷଣା ସରିଛି ସାଧାରଣ ନିର୍ବାଚନ ତାରିଖ ,ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ I ଏହି ତାରିଖ ରେ ଭୋଟ ଦେବେ ଆପଣ

ସରିଛି ନିର୍ବାଚନ ଘୋଷଣା Iଓଡ଼ିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ରେ ଆସନ୍ତା ଏପ୍ରିଲ 11ତାରିଖ ରୁ ସାଧାରଣ ମତଦାନ ପ୍ରକ୍ରିୟା ଆରମ୍ଭ ହେବ I 4ପର୍ଯ୍ୟାୟରେ ଭୋଟ ଦାନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୧୧ ତାରିଖରେ କୋରାପୁଟ,କଳାହାଣ୍ଡି, ନବରଙ୍ଗପୁର ଏବଂ ବ୍ରହ୍ମପୁର ରେ ସାଧାରଣ ନିର୍ବାଚନ ହେବ I ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୧୮ ତାରିଖରେ କନ୍ଧମାଳ,ଆସ୍କା,ବଲାଙ୍ଗିର,ବରଗଡ଼ ଏବଂ,ସୁନ୍ଦରଗଡ଼ରେ ଭୋଟ ପ୍ରକ୍ରିୟା ହେବାବେଳେ ଏପ୍ରିଲ ୨୩ ତାରିଖରେ ଭୁବନେଶ୍ଵର,କଟକ,ପୁରୀ, ଢ଼େଙ୍କାନାଳ, କେଉଁଝର ଏବଂ ସମ୍ବଲପୁର ରହିଛି

ସେହିପରି ଶେଷ ପର୍ଯ୍ୟାୟ ଏପ୍ରିଲ ୨୯ ତାରିଖରେକେନ୍ଦ୍ରାପଡା ,ଯାଜପୁର ,ଜଗତସିଂପୁର,ଭଦ୍ରକ ,ବାଲେଶ୍ଵର, , ମୟୁରଭଂଜ, ରେ ସାଧାରଣ ନିର୍ବାଚନ ହେବ ବୋଲି ଜଣାପଡିଛି I ଆଉ ମାତ୍ର ଦିନ କେତେଟା ବାକି ଥିବାବେଳେ ଏବେ ଦଳୀୟ ପ୍ରାଥୀ ଚୟନ ଏବଂ ଆଗାମୀ କାର୍ଯ୍ୟପନ୍ଥା ଉପରେ ସବୁ ଦଳ ଲାଗିପଡିଛନ୍ତି I

Leave a Reply

Your email address will not be published. Required fields are marked *