ନିର୍ବାଚନ ଲଢ଼ି ନପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ: ନଲଢ଼ିବା ପାଇଁ ହାଇକମାଣ୍ଡଙ୍କୁ ଜଣାଇ ଦେଇଥିବା ସୂଚନା

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏଥର ନିର୍ବାଚନ ଲଢ଼ିବେ ନାହିଁ।ଏହାକୁ ନେଇ ଏବେ ରଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।କୁହାଯାଉଛି ପଞ୍ଜାବର ସବୁଠାରୁ ଚର୍ଚ୍ଚିତ ଓ ହାଇପ୍ରୋଫାଇଲ ଲୋକସଭା ନିର୍ବାଚନ ମଣ୍ଡଳୀ ଅମୃତସର ରୁ ନିର୍ବାଚନ ଲଢ଼ିବା ପାଇଁ ମନମୋହନ ଙ୍କ ଉପରେ ଚାପ ପକାଉଛନ୍ତି କଂଗ୍ରେସ ନେତୃତ୍ବ।

କିନ୍ତୁ ଖବର ଅନୁସାରେ ମନମୋହନ ନିର୍ବାଚନ ଲଢ଼ିବାକୁ ଅନିଚ୍ଛୁକ ପ୍ରକାଶ କରିଛନ୍ତି।ସ୍ଵାସ୍ଥ୍ୟଗତ କାରଣ ଏବଂ ଅଧିକ ବୟସ ଯୋଗୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଦଳର ହାଇକମାଣ୍ଡରଙ୍କୁ ଜଣେଇଦେଇଛନ୍ତି।କିନ୍ତୁ ହାଇକମାଣ୍ଡର ଅମୃତସର ରୁ ନିର୍ବାଚନ ଲଢ଼ିବା ପାଇଁ ଚାପ ପକାଉଛନ୍ତି ମନମୋହନ ଙ୍କ ଉପରେ।
ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରେନ୍ଦ୍ର ସିଂହ ଏ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି।ମନମୋହନ ସିଂହ ବର୍ତମାନ ରାଜ୍ୟସଭାର ସାଂସଦ ଅଛନ୍ତି। ଜୁନ୍ ରେ ତାଙ୍କ କାର୍ଯ୍ୟକଳାପ ମଧ୍ୟ ସରି ଯାଉଛି।

Leave a Reply

Your email address will not be published. Required fields are marked *