ବିଜେଡ଼ି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କଲା ବିଜେପି! ରାଜ୍ୟ ସରକାର ଏଲଇଡ଼ି ବଲବ ଓ ଆଇନା ପୁସ୍ତିକା ବ୍ରିକି କରୁଥିବା ନେଇ ଫେରାଦ

ଆଚରଣ ବିଧି ଲାଗୁ ହେବା ପରେ ଆରମ୍ଭ ହୋଇଛି ଆରୋପ ଏବଂ ପ୍ରତ୍ୟାରୋପର ପର୍ବ।ଶାସକ ଦଳ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରସ୍ଥ ହୋଇଛି ବିଜେପି।ବିଜେପିର ଅଭିଯୋଗ ଅନୁସାରେ ରାଜ୍ୟ ସରକାର କଣ୍ଟ୍ରୋଲ ଡିଲରଙ୍କ ମାଧ୍ୟମରେ ଵଲବ୍ ଏବଂ ଆଇନ ପୁସ୍ଥିକା ବିକ୍ରି କରୁଛନ୍ତି।

ମୁଖ୍ୟ ନିର୍ବାଚନ କମିଶନଙ୍କ ସୂଚନା ମୁତାବକ ରାତି ୧୦ ରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରଚାର ଏବଂ ଡାକବାଜି ଯନ୍ତ୍ର ର ବ୍ୟବହାର ନିଷିଦ୍ଧ କରାଯାଇଛି।ସବୁଠୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ସୋସିଆଲ ମିଡ଼ିଆ ଉପରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ କରାଯାଇଛି।
ନିର୍ବାଚନ ଆଚରଣ ବିଧି ର ନିୟମ:
୧.ଭୋଟ ପାଇଁ ଜାତି ଏବଂ ଧାର୍ମିକ ପ୍ରବଣତା ସୃଷ୍ଟି କରିବା ଉପରେ କଟକଣା
୨.ସତ୍ୟାସତ୍ୟ ନ ଥିବା ଘଟଣା ନେଇ କାହାରିକୁ ସମାଲୋଚନା କରି ପାରିବେ ନାହିଁ।
୩.ଭୋଟରଙ୍କୁ ଲାଞ୍ଚ ଦେଇ ଭୋଟରଙ୍କୁ ପ୍ରଭାବିତ କରିବା ଉପରେ କଟକଣା
୪.କୌଣସି ବ୍ୟକ୍ତିର ଘର ଆଗରେ ଧାରଣା ଏବଂ ବିକ୍ଷୋଭ କରିବା ନିଷେଧ
୫.କୌଣସି ଦଳର ଚିହ୍ନ ଘରୋଇ ସମ୍ପତ୍ତିର ବିନା ଅନୁମତିରେ ଲେଖିବା କିମ୍ବା କୌଣସି ପୋଷ୍ଟର ଲଗେଇବା ଉପରେ ନିଷେଧ

Leave a Reply

Your email address will not be published. Required fields are marked *