ବୈଜୟନ୍ତ ଙ୍କ ମାଷ୍ଟର ପ୍ଲାନ,ବିଜେଡି ଦୁର୍ଗରେ ଫୁଟିବ ପଦ୍ମ I ବିଜେପି ରେ ସାମିଲ ହେବେ ବ୍ରଜ ଖାରବେଳ ଦାମ ନବୀନ

ବିଜେଡି ରେ ଦୁର୍ନୀତି ର କଥା ଉଠାଇ ଦଳରୁ ବିଦା ହେଇଥିବା ହେଭିୱେଟ ନେତାମାନେ ବିଜେଡି ସରକାର କୁ ପାନେ ଦେବାକୁ ଅଣ୍ଟା ଭିଡ଼ିଥିଲେ ମଧ୍ୟ ନିର୍ବାଚନ ପାଖେଇ ଆସୁଥିବାରୁ ରଣକୌଶଳ କାମ ଦେଇନଥିଲା I ଫଳରେ ଆଞ୍ଚଳିକ ଦଳ ର ରଣହୁଙ୍କାର ଛାଡୁଥିବା ଦାମ ରାଉତ ବ୍ରଜ ତ୍ରିପାଠୀ ଙ୍କ ସହିତ ମିଶିଥିଲେ Iତେବେ ହଠାତ ହେଇଯାଉ ପରିବର୍ତନ ର ନାରା ଦେଉଥିବା ବୈଜୟନ୍ତ ବିଜେପି ରେ ମିଶିବା ପରେ ରାଜ୍ୟ ରାଜନୀତି ରେ ଉସ୍ମତା ଆସିଥିଲା Iବିଜେପି ରେ ଯୋଗ ଦେବାର ମାତ୍ର ଅଳ୍ପ ଦିନରେ ବୈଜୟନ୍ତ ଙ୍କୁ ରାଷ୍ଟ୍ରୀୟ ଉପସଭାପତି ସହିତ ମୁଖପାତ୍ର ମିଳିବା ପରେ ବୈଜୟନ୍ତ ଙ୍କ ସମର୍ଥକ ମାନଙ୍କ ଭିତରେ ଖୁଶିର ଲହରୀ ଖେଳିଯାଇଥିଲା I

ଓଡ଼ିଶାର ଫେସ ବୈଜୟନ୍ତ ହେବେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ନିଜର ଗୋଟି ଚଳାଇଛନ୍ତି ପଣ୍ଡାବାବୁ I ବିଜେଡି ର ଦଳ ଛାଡିଥିବା ବହୁ ତୁଙ୍ଗ ନେତା ତଥା ଲୋକପ୍ରିୟ ନେତାଙ୍କୁ ବିଜେପି ରେ ସାମିଲ କରାଇ ବିଜେଡି ଦୁର୍ଗରେ ପଦ୍ମ ଫୁଟାଇ ପ୍ରତିଶୋଧ ନେବାକୁ ମାଷ୍ଟର ପ୍ଲାନ କରିଛନ୍ତି ବୈଜୟନ୍ତ I ପ୍ରାଥମିକ ପର୍ଯ୍ୟାୟରେ ବରିଷ୍ଠ ନେତା ତଥା ବିଜେଡି ଏକଦା ବିଜେଡି ର ତୁଣ୍ଡ ବୋଲାଉଥିବା ଦାମୋଦର ରାଉତ ,ଐର ଖାରବେଳ ସ୍ୱାଇଁ ,ବ୍ରଜ ତ୍ରିପାଠୀ ଏବଂ ବୈଜୟନ୍ତ ଙ୍କ ଏକାନ୍ତ ଅନୁଗତ ନବୀନ ନନ୍ଦ ବିଜେପି ରେ ମିଶିବାକୁ ଯାଉଛନ୍ତି I

ଏନେଇ ଉପର ଲେଭେଲ ରେ କଥା ସରିଥିବା ବେଳେ ହାଇକମାଣ୍ଡ ଏବଂ ସମ୍ଭାବ୍ୟ ନେତାମାନେ ମଧ୍ୟ ଗ୍ରୀନ ସିଗ୍ନାଲ ଦେଇସାରିଲେଣି I ଖୁବ ଶୀଘ୍ର ଏନେଇ ଘୋଷଣା ହେବ ବୋଲି ସୂତ୍ରରୁ ଖବର ମିଳିଛି I

Leave a Reply

Your email address will not be published. Required fields are marked *