ଅନୁଭବ ନୁହନ୍ତି ବୈଜୟନ୍ତ ଙ୍କ ସହ କେନ୍ଦ୍ରାପଡା ରେ ଟକ୍କର ଦେବେ ପାଣ୍ଡିଆନ ଙ୍କ ସ୍ତ୍ରୀ ସୁଜାତା

ବୈଜୟନ୍ତ ବିଜେଡି ଛାଡିବା ପରେ ଦୀର୍ଘ 9ମାସ ପର୍ଯ୍ୟନ୍ତ ଓଡିଶା ସାରା ବୁଲି ବୁଲି ହେଇଯାଉ ପରିବର୍ତନ ର ଆହ୍ୱାନ ଦେଇ ଶେଷରେ ବିଜେପି ରେ ମିଶିବା ପରେ ଏବେ ବୈଜୟନ୍ତ ଙ୍କୁ ନେଇ ଜୋରଦାର ଚର୍ଚ୍ଚା I ଗତକାଲି କେନ୍ଦ୍ରାପଡା ରେ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିସାରିଛନ୍ତି Iତେବେ ବିଜେଡି ପାଇଁ କଳେବଳେ କୌଶଳେ କେନ୍ଦ୍ରାପଡା ଦଖଲ ଅପରିହାର୍ଯ୍ୟ ହେଇପଡିଥିବା ବେଳେ
ବୈଜୟନ୍ତ ମଧ୍ୟ ନିଜର ଗଡ ଛାଡିବାକୁ ପ୍ରସ୍ତୁତ ନୁହନ୍ତି I

ଏପରି ସ୍ଥଳରେ ବିଜେଡି ଆପଣେଇବାକୁ ଯାଉଛି ମହିଳା ଏବଂ ମାଟି ର କଥା I କେନ୍ଦ୍ରାପଡା ମାଟିର ଝିଅ ତଥା ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତମାନର ଓଡ଼ିଶାର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ଙ୍କୁ କେନ୍ଦ୍ରାପଡା ଲୋକସଭାରୁ ପ୍ରାଥୀ କରିବାକୁ ଯୋଜନା ଚାଲିଛି I ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ୍ ଏବେ ମିଶନ ଶକ୍ତି ନିର୍ଦ୍ଦେଶିକା ଅଛନ୍ତି

Iମୁଖ୍ୟମନ୍ତ୍ରୀ ଙ୍କ ମିଶନ ଶକ୍ତି ସମାବେଶ ରେ ମଧ୍ୟ ସୁଜାତା ଙ୍କ ଦମଦାର ବକ୍ତବ୍ୟ ସମସ୍ତଙ୍କୁ ଅଭିଭୂତ କରିଛି I ସୁଜାତା ଙ୍କୁ ପ୍ରାଥୀ କରି ବୈଜୟନ୍ତ ଙ୍କୁ ଚେକ୍ ଦେବାକୁ ପ୍ଲାନ କରିଛି ବିଜେଡି I ଚର୍ଚା ହେଉଥିଲା କି ସାଂସଦ ଅନୁଭବ ମହାନ୍ତି ବୈଜୟନ୍ତ ଙ୍କ ବିରୁଧରେ ଲଢ଼ିପାରନ୍ତି ,ଏପରିକି କେନ୍ଦ୍ରାପଡା ମିଶନ ଶକ୍ତି ସମାବେଶ ରେ ମଧ୍ୟ ଅନୁଭବ ଙ୍କୁ ଦେଖିବାକୁ ମିଳିଥିଲା I

ତେବେ ଅନୁଭବ ନୁହନ୍ତି ସୁଜାତା ହିଁ ଲଢ଼ିବେ ବୈଜୟନ୍ତ ଙ୍କ ବିରୁଧରେ ଏନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ନିର୍ଦ୍ଧିଷ୍ଟ ସୂତ୍ରରୁ ସୂଚନା ମିଳିଛି I

Leave a Reply

Your email address will not be published. Required fields are marked *