ରାଜନୀତି କୁ ଆସିବେ ଶ୍ରୀମତୀ ପାଣ୍ଡିଆନ !!! ପାଣ୍ଡିଆନ ଙ୍କ ସ୍ତ୍ରୀ ସୁଜାତା ଲଢ଼ିବେ କେନ୍ଦ୍ରାପଡା ରେ !

ମହିଳା ଭୋଟ ବ୍ୟାଙ୍କ ଙ୍କୁ ହାତେଇବାକୁ ଲୋକସଭା ନିର୍ବାଚନ ରେ ସଂସଦ ପାଇଁ ୩୩% ଆସନ ମହିଳାଙ୍କ ପାଇଁ ଘୋଷଣା କରି ସବୁଆଡେ ଚର୍ଚା ରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ I ପାଖାପାଖି 7/8ଜଣ ମହିଳା ଲୋକସଭା ପାଇଁ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତୁତି ଚାଲିଛି I ତେବେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତମାନର ଓଡ଼ିଶାର ଦ୍ୱିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପାଣ୍ଡିଆନ ଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନ୍ ଲୋକସଭା ପାଇଁ ପ୍ରାଥୀ ହେବା ନେଇ ଚର୍ଚ୍ଚା ଚାଲିଛି I

ବିଜେଡି ରେ ନିଜର ଦଗ୍ ଦମା ରଖିଥିବା ପାଣ୍ଡିଆନ ଙ୍କ ସ୍ତ୍ରୀ ଏବେ ରାଜନୀତି କୁ ଓଲ୍ହାଇବେ I ସୁଜାତା କେନ୍ଦ୍ରାପଡ଼ାର ଝିଅ ହେଇଥିବା ବେଳେ ବର୍ତମାନ ମିଶନ ଶକ୍ତି ନିର୍ଦ୍ଦେଶିକା ଅଛନ୍ତି I

ମିଶନ ଶକ୍ତି କୁ ଅଧିକ ଫୋକସ ଦିଆଯାଉଥିବାରୁ ,ସୁଜାତା ଙ୍କ ମାଧ୍ୟମରେ ମହିଳା ଭୋଟବ୍ୟାଙ୍କ୍ କୁ ହାତେଇବାକୁ ଲକ୍ଷ ରଖିଛି ବିଜେଡି I ଅପରପକ୍ଷରେ କେନ୍ଦ୍ରାପଡା ଏବେ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ବୈଜୟନ୍ତ ଙ୍କୁ ପାନେ ଦେବାକୁ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ଙ୍କୁ ନିର୍ବାଚନ ରେ ଠିଆ କରାଇବାକୁ ପ୍ଲାନ କରୁଛି ବିଜେଡି I

ଏନେଇ ଖୁବ ଶୀଘ୍ର ଘୋଷଣା କରାଯିବ ବୋଲି ସୂତ୍ରରୁ ଖବର ମିଳିଛି I କେନ୍ଦ୍ରାପଡା ରୁ ଅନୁଭବ ମହାନ୍ତି ଙ୍କ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଅନୁଭବ ନୁହନ୍ତି ବୈଜୟନ୍ତ ଙ୍କ ସହ କେନ୍ଦ୍ରାପଡା ରେ ଟକ୍କର ଦେବେ ପାଣ୍ଡିଆନ ଙ୍କ ସ୍ତ୍ରୀ ସୁଜାତା I ସୁଜାତା ଙ୍କ ଘର କେନ୍ଦ୍ରାପଡା ହେଇଥିବାରୁ ମାଟିର ଝିଅ ହିସାବରେ ତାଙ୍କୁ ଅଧିକ ଜନମତ ମିଳିବ ବୋଲି ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *