୧୯୭୧ ଯୁଦ୍ଧ ରୁ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ : ୧୯୭୧ ପାକ୍ ଯୁଦ୍ଧରେ ନିଖୋଜ ଅଛନ୍ତି ପାଇଲଟ୍

୪୭ ବର୍ଷ ଧରି ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସ୍ତ୍ରୀ।ଦକ୍ଷିଣ ଦିଲ୍ଲୀର ବାସିନ୍ଦା ଦମୟନ୍ତୀ ତାମ୍ୱେ ବୟସ ୭୦ ଦୀର୍ଘ ୪୦ ବର୍ଷ ହେଲା ସ୍ବାମୀ ଲେଫ୍ଟନାନ୍ଟ ବିଜୟ ବସନ୍ତ ତାମ୍ବେ ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।
ସେଦିନ ଥିଲା ୧୯୭୧ ମସିହା ପାକିସ୍ଥାନ ଯୁଦ୍ଧରେ ବିଜୟ ଲଢୁଆ ବିମାନ ଧରି ସାମିଲ ହେବାକୁ ଯାଇଛନ୍ତି ଯେ ଆଉ ଫେରି ନାହାନ୍ତି।ତାଙ୍କ ପାଖକୁ ଟେଲିଗ୍ରା୍ମ୍ ଆସିଲା କି ବିଜୟ ଶତ୍ରୁ ପକ୍ଷ ଦ୍ବାରା ଧରା ହୋଇଛନ୍ତି।

ସେତେବେଳେ ଦମୟନ୍ତୀ ଙ୍କ ବିବାହ ମାତ୍ର ଦେଢ଼ ବର୍ଷ ହୋଇଥାଏ।ତେବେ ସେ ବଞ୍ଚିଛନ୍ତି ବୋଲି ପ୍ରଥମେ ଦମୟନ୍ତୀ ଅସ୍ୱସ୍ଥି ହୋଇଥିଲେ।ସେ ଭାବୁଥିଲେ ଡେରି ହେଉ ପଛେ ସେ ନିଶ୍ଚୟ ଫେରି ଆସିବେ।କିନ୍ତୁ ତାହା ଘଟିଲା ନାହିଁ।

ମାତ୍ର ଜଣା ପଡ଼ିଲା ଭାରତକୁ ଫେରିବା ପାଇଁ ବିଫଳ ହୋଇଥିଲା ୫୪ ଜଣଙ୍କ ମଧ୍ୟରେ ବିଜୟ ହେଉଛନ୍ତି ଅନ୍ୟତମ।
୧୯୮୯ ମସିହାରେ ବିଜୟଙ୍କ ମାମୁଁ ଜୟନ୍ତ ଜାତାର ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳର ମ୍ୟାନେଜର ଭାବରେ ପାକିସ୍ଥାନ ଯାଇଥିବା ବେଳେ ବହୁତ୍ ପରିଶ୍ରମ କରି ଲ୍ଯା ଲ ପୁର ଜେଲ୍ କୁ ଯାଇଥିଲେ ଭଣଜା ବିଜୟଙ୍କୁ ଭେଟିବାକୁ।

ମାତ୍ର ସେଠାରେ ବିଜୟ କୁର୍ତ୍ତା ବିଜୟ ଖବର କାଗଜ ପିନ୍ଧି ଖବର କାଗଜ ପଢୁଥିବାର ଦେଖିଥିଲେ କିନ୍ତୁ ତାଙ୍କ ସହ କଥା ହେବା ସମ୍ଭବ ନ ଥିଲା।
ଏପରିକି ୨୦୦୭ ମସିହାରେ ୧୫ ଜଣିଆ ଯୁଦ୍ଧ ବନ୍ଦୀ ଆତ୍ମୀୟଙ୍କ ସହ ଦମୟନ୍ତୀ ପାକିସ୍ଥାନ ଯାଇ ଅନେକ ଜେଲ୍ ବୁଲିଥିଲେ।ସେଠାରେ ସେମାନେ ଉର୍ଦ୍ଦୁ ତାଲିକାରେ ଲେଖାଥିବା ବନ୍ଦୀ ତାଲିକା ଦେଖାଇଥିଲେ ମାତ୍ର କୌଣସି ବନ୍ଦୀଙ୍କ ସହ ସାକ୍ଷାତ କରାଇ ଦେଇ ନ ଥିଲେ।ଦମୟନ୍ତୀ ବହୁତ୍ ପ୍ରଧାନମନ୍ତ୍ରୀ, କୁଟନିତିଜ୍ଞ ମାନଙ୍କୁ ଭେଟିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲେ।ତଥାପି ସେ ଏଯାଏ ତାଙ୍କ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।

Leave a Reply

Your email address will not be published. Required fields are marked *