7ବର୍ଷର ନାବାଳିକା କୁ ଧର୍ଷଣ କରି 70ବର୍ଷର ବୃଦ୍ଧ ଗିରଫ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଆଇନ କାନୁନ ପ୍ରତି ଟିକେ ବି ଖାତିର ଆସୁନି କି ମାନସିକତା ରେ ମଧ୍ୟ ପରିବର୍ତନ ହେଉନି ଦୁଷ୍କର୍ମକାରୀ ଙ୍କର I ତେବେ ସବୁଠୁ ଲଜ୍ୟାଜନକ ତଥା ଚିନ୍ତାର ବିଷୟ ପାଲଟିଛି ନାବାଳିକା ଦୁଷ୍କର୍ମ I ପୁଣିଥରେ ଏପରି ଏକ ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ର କାମ୍ପ ସାହିରେ I ମିଳିଥିବା ସୂଚନା ଅନୁଯାଇ 70ବର୍ଷର ବୃଦ୍ଧ ବାରିକ ପ୍ରଧାନ ରବିବାର ରାତିରେ ପଡୋଶୀ 7ବର୍ଷୀୟା ନାବାଳିକା କୁ ଡ଼ାକିନେଇ ଅନ୍ଧାର ରାତିରେ ଦୁଷ୍କର୍ମ କରିଥିଲେ I

ଭୟରେ ନାବାଳିକା ଜଣଙ୍କ କାନ୍ଦିବାରୁ ଘର ଲୋକ ସେଠାରେ ପହଞ୍ଚି ନାବାଳିକା କୁ ଉଦ୍ଧାର କରି ହସ୍ପିଟାଲ କୁ ନେଇଥିଲେ I ପରେ ଏନେଇ ଥାନାରେ ଏତଲା ଦିଆଯିବା ପରେ ଅଭିଯୁକ୍ତ ବାରିକ ପ୍ରଧାନ କୁ ପୋଲିସ ଗିରଫ କରିଛି I ଅଭିଯୁକ୍ତ ନାମରେ କେସ୍‌ (ନଂ. ୬୭/୧୯) ଅନୁଯାଇ ମାମଲା ରୁଜୁ ହେଇ ତଦନ୍ତ ଚାଲୁଚି I ଘଟଣାଟି ସାରା ଅଂଚଳ ରେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *