ନିରଞ୍ଜନ ନବୀନ ରୁଦ୍ଧଦ୍ବାର ବୈଠକ ,କଂଗ୍ରେସ ରେ ମିଶିବା ସମ୍ଭାବନା

ନିର୍ବାଚନ ପାଇଁ ପ୍ରାଥୀ ଚୟନ ପାଇଁ ଦଳ ଗୁଡିକ ଜୋରଦାର ପ୍ରୟାସ କରୁଥିବା ବେଳେ କାହାକୁ ଚୟନ କରିବେ ତାକୁ ନେଇ ସବୁଆଡୁ ଉତ୍କଣ୍ଠା I ତେବେ ଚର୍ଚ୍ଚା ରେ ଥିବା ଦାମ ,ଖାରବେଳ ,ନବୀନ ନନ୍ଦ ଏବଂ ବ୍ରଜ ତ୍ରିପାଠୀ ବିଜେପି ରେ ମିଶିବା ନେଇ ଚର୍ଚା ଚାଲିଥିଲା I ତେବେ ଦାମ ବିଜେପି ରେ ମିଶିବା ନେଇ ଅଙ୍କ ଛିଡ଼ୁନଥିବା ବେଳେ ନବୀନ ନନ୍ଦଙ୍କ ସହ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ଙ୍କ ରୁଦ୍ଧଦ୍ବାର ବୈଠକ ବସିଛି I ପ୍ରାୟତ ଏକଘଣ୍ଟା ଧରି ବୈଠକ ଚାଲିଥିବା ବେଳେ ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ନବୀନ ନନ୍ଦ କଂଗ୍ରେସ ରେ ମିଶିପାରନ୍ତି I ଏନେଇ ଆଲୋଚନା ଜାରି ରହିଛି I ନେତୃତ୍ବବିହୀନ ଢେଙ୍କାନାଳ କଂଗ୍ରେସ ର ମଙ୍ଗ ଧରିବା ନେଇ ଆଲୋଚନା ଚାଲିଛି I ଢେଙ୍କାନାଳ ରେ ବିଜେଡି ବିଧାୟକ ସରୋଜ ଙ୍କ ବିରୁଧରେ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ବିଜେପି ରେ ଦଳୀୟ କନ୍ଦଳ ଲାଗିରହିଛି I

ଏ ସମୟରେ ନବୀନ ଙ୍କ ପ୍ରତି ଜନସମର୍ଥନ ବଢୁଥିବା ବେଳେ କଂଗ୍ରେସ ରେ ମିଶି ନିର୍ବାଚନ ଲଢ଼ିପାରନ୍ତି ବୋଲି ଅନୁମାନ କରାଯାଉଛି I ତେବେ ଏନେଇ ଖୁବ ଶୀଘ୍ର ଜଣାପଡିବ I

Leave a Reply

Your email address will not be published. Required fields are marked *