ଦୁର୍ନୀତି ବିରୁଧରେ ଲଢ଼ି ମନ୍ତ୍ରୀପଦ ଯାଇଛି ଆଗକୁ ବି ଦୁର୍ନୀତିଗ୍ରସ୍ତ ନବୀନ ବିରୁଧରେ ଲଢ଼ିବି:- ସ୍ପଷ୍ଟୀକରଣ ରଖିଲେ ଦାମ

ନିର୍ବାଚନ ତାରିଖ ଘୋଷଣା ପରେ ପ୍ରାଥୀ ଚୟନ ଯେତିକି ପାଖେଇ ଆସୁଛି ରାଜନୀତି ଉସ୍ମତା ସେତିକି ବଢ଼ିବାରେ ଲାଗିଛି I ବିଶେଷ କରି ଚର୍ଚିତ ଥିବା କିଛି ନେତାଙ୍କ ମଧ୍ୟରୁ ଦାମ ରାଉତ ଅନ୍ୟତମ I ଦଳରେ ଥାଇ ବିଜେଡି ବିରୁଧରେ ଦୁର୍ନୀତି ଅଭିଯୋଗ ଆଣି ପେଡି ଖୋଲିଥିବା ଦାମ ବିଜେଡି ରୁ ବିଦା ହେବା ପରେ ନବୀନ ଏବଂ ବିଜେଡି ବିରୁଧରେ ନିଜର ସ୍ୱରକୁ ଶାଣିତ କରିଥିଲେ I ନିଜର ରୋକଠୋକ କଥା ପାଇଁ ଅଧିକ ଲୋକପ୍ରିୟ ହେଇପାରିଥିବା ଦାମ ଙ୍କ ପ୍ରତି ସମର୍ଥନ ବଢୁଥିବା ବେଳେ ନବୀନ ଙ୍କୁ ପାନେ ଦେବାକୁ ଦାମ ବିଜେପି କିମ୍ବା କଂଗ୍ରେସ ରେ ଯୋଗ ଦେବେ ବୋଲି ଚର୍ଚା ହେଇଥିଲା

I ଏହାକୁ ମଧ୍ୟ ଦାମ ସ୍ୱୀକାର କରିଥିଲେ ଯେ ଉଭୟ ଦଳରୁ ପ୍ରସ୍ତାବ ଆସିଛି I ଏନେଇ ଦିଲ୍ଲୀରେ ମଧ୍ୟ ଦାମ ଧର୍ମେନ୍ଦ୍ର ଙ୍କ ବୈଠକ ଚାଲିଥିଲା I ତେବେ ଗତକାଲି ଅର୍ଥାତ 13ତାରିଖ ଦିନ ଦାମ ଦିଲ୍ଲୀ ଯାଇ ବିଜେପି କାର୍ଯ୍ୟାଳୟ ରେ କିଛି ଆଲୋଚନା କରିବାର ଥିବାବେଳେ ଦାମ ଯାଇନଥିଲେ ଏହାକୁ ନେଇ କିଛି ୱେବ ପୋର୍ଟାଲ ରେ ଚର୍ଚ୍ଚା ହେଇଥିଲା ଯେ ଦାମ ଙ୍କ ପୁଅ ସମ୍ବିତ ଏବଂ ଝିଅ ଙ୍କୁ ଟିକେଟ ମିଳିବା ପାଇଁ ବବି ଦାସ ନିର୍ଭର ପ୍ରତିଶୃତି ଦେବା ପରେ ଦାମ ଆଉ ବିଜେପି ଯିବେନି I

ତେବେ ଏନେଇ ନିଜେ ଦାମ ସ୍ପଷ୍ଟୀକରଣ ରଖିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ଭିତିହୀନ କଥା ,ଯେଉଁ ବିଜେଡି ରେ ସେ ଦୁର୍ନୀତି ବିରୁଧରେ ଲଢ଼ି ମନ୍ତ୍ରୀପଦ ହରେଇଛନ୍ତି ସେଇ ଦୁର୍ନୀତିଗ୍ରସ୍ତ ନେତାଙ୍କ ସହିତ କିପରି ଡୀଲ କରିବେ ??

କିଛି କିଣା ସୋସିଆଲ ମିଡ଼ିଆ ଏପରି ପ୍ରଚାର କରୁଛନ୍ତି ଯାହାକୁ ସେ ନିନ୍ଦା କରୁଛନ୍ତି I ନବୀନ ଏବଂ ପାଣ୍ଡିଆନ ସରକାର ବିରୁଧରେ ସେ ଲଢେଇ କରିଛନ୍ତି ଏବଂ ଆଗକୁ କରିବେ I ଦିନେ ଦୁଇଦିନ ମଧ୍ୟରେ କେଉଁ ଦଳରେ ଯୋଗ ଦେବେ ସେ ନେଇ ଘୋଷଣା କରିବେ I

Leave a Reply

Your email address will not be published. Required fields are marked *