ବ୍ରହ୍ମପୁର ରେ ସିଦ୍ଧାନ୍ତ ଙ୍କୁ ମିଳିବନି ଟିକେଟ ,ବିଜେଡି ପାଇଁ ଲଢ଼ିବେ ରାଜକୁମାରୀ କଲ୍ୟାଣୀ ଦେବୀ

ସିନେମାର ସୁପରଷ୍ଟାର ମୋହର ଲାଗିଥିବା ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ରାଜନୀତିରେ ଯୋଗ ଦେଇ ବିଜେଡି ପାଇଁ ସାଜିଥିଲେ ହିରୋ I କଂଗ୍ରେସ ର ଚନ୍ଦ୍ରଶେଖର ଙ୍କୁ ହରାଇ ବାଜିମାତ କରିଥିଲେ ସିଦ୍ଧାନ୍ତ ମହାପାତ୍ର I ତେବେ ବ୍ରହ୍ମପୁର ପାଇଁ ସାଂସଦ ଙ୍କର ଦରଦ ନଥିବା ସବୁବେଳେ ଅଭିଯୋଗ ହେଉଥିଲା I ଏପରିକି ଗତ ପାଞ୍ଚ ବର୍ଷ ମଧ୍ୟରେ ସଂସଦ ରେ ମାତ୍ର 4ଟି ପ୍ରଶ୍ନ ପଚାରିଛନ୍ତି ସାଂସଦ I କେବଳ ଏତିକି ନୁହେଁ ହାରାହାରି ଭାବରେ ୪୦ପ୍ରତିଶତ ଦିନ ସାଂସଦ ଅନୁପସ୍ଥିତ ରହିଛନ୍ତି ସଂସଦ ରେ

I ଏହାକୁ ନେଇ ବ୍ରହ୍ମପୁର ଅଞ୍ଚଳ ରେ ସିଦ୍ଧାନ୍ତ ମହାପାତ୍ର ଙ୍କ ବିରୁଧରେ ତୀବ୍ର ଅସନ୍ତୋଷ ଲାଗି ରହିଛି I କୁହାଯାଏ ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟ ପ୍ରତିଦ୍ବନ୍ଦୀ ତଥା ବିରୋଧୀ ଚନ୍ଦ୍ରଶେଖର ଙ୍କୁ ବିଜେଡି ରେ ସାମିଲ କରାଯାଇଥିଲା Iତେବେ ଚନ୍ଦ୍ରଶେଖର ଯୋଗ ଦେବାପରେ ସିଦ୍ଧାନ୍ତ ଙ୍କୁ କୋଣ ଠେଶା କରାଯାଇଥିଲା I ଏପରିକି ଅଧିକାଂଶ ଦଳୀୟ ପୋଷ୍ଟର ରେ ସିଦ୍ଧାନ୍ତ ଙ୍କ ଫୋଟୋ ରଖାଯାଇନଥିଲା I

ଏବେ ଲୋକସଭା ପାଇଁ ନବୀନ ଙ୍କ 33% ମହିଳା ଆରକ୍ଷଣ ନୀତିରେ ସିଦ୍ଧାନ୍ତ ଙ୍କ ଟିକେଟ କଟିବ ବୋଲି ଚର୍ଚା ହେଉଛି I

ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ସିଦ୍ଧାନ୍ତ ଙ୍କ ବଦଳରେ ବିଜେଡି ରେ ସାମିଲ ହେଇଥିବା ପୂର୍ବତ୍ତନ ସାଂସଦ ତଥା ମହାରାଜା ଗୋପୀନାଥ ଗଜପତିଙ୍କ ଝିଅ କଲ୍ୟାଣୀ ଦେବୀ ଟିକେଟ ପାଇବେ I

Leave a Reply

Your email address will not be published. Required fields are marked *