ନିଜ ଜନ୍ମ ମାଟି ଏରସମା ରୁ ଲଢ଼ି ପ୍ରଶାନ୍ତ ଙ୍କ ଠାରୁ ନେବେ ପ୍ରତିଶୋଧ

ଦାମ ରାଉତ ଙ୍କ ବିରୁଦ୍ଧରେ ବିଜେଡି ସୁପ୍ରିମ ନବୀନ ପଟନାୟକ ଙ୍କ ପାଖରେ ଫେରାଦ ହେଇଥିବା ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଙ୍କୁ ସେତେବେଳେ ଦାମ ରାଉତ ଚେତାବନୀ ଦେଇଥିଲେ , ପ୍ରଶାନ୍ତ ଦୁର୍ନୀତି ରେ ଲିପ୍ତ ହେଉଛି ,ସେ ଚେତାବନୀ ଦେବାରୁ ତାଙ୍କୁ ବିରୋଧ କରୁଛି I ଏରସମା ତାଙ୍କ ଜନ୍ମ ମାଟି ,ଏରସମା ଛାଡିବା ପରେ ଦାମ ତାଙ୍କୁ ଏରସମା ଦାୟିତ୍ୱ ଦେଇଥିଲେ I

ଏହା ସହିତ ଆହୁରି କହିଥିଲେ ଯେ ପ୍ରଶାନ୍ତ ଙ୍କୁ କଙ୍କଡା ବିଛା କାମୁଡିଲାଣି ,ତା ଭବିଷ୍ୟତ ଅନ୍ଧାର କରିଦେବେ Iପ୍ରଶାନ୍ତ ଙ୍କୁ ଆଉ ବିଧାନସଭା ମାଟି ମଡ଼େଇ ଦେବେନି I ଏବେ ସତ ସତ ସେୟା ହିଁ ହେବାକୁ ଯାଉଛି I ବିଜେପି ରେ ମିଶିବା ପରେ ଦାମ ଏରସମା ରୁ ଲଢ଼ିବେ ବୋଲି ପ୍ରାଥମିକ ସୂଚନା ଦେଇଛନ୍ତି I

ଦାମ ଏରସମା ରୁ ଲଢ଼ିବା ଶୁଣି ପ୍ରଶାନ୍ତ ଙ୍କ ଆଶଙ୍କା ବଢ଼ିଗଲାଣି I ଏବେଠୁ ପ୍ରଶାନ୍ତ ଛାନିଆ ହେଇଯାଇଥିବା ଚର୍ଚା ହେଲାଣି I ତେବେ ରାଜନୈତିକ ଦୃଷ୍ଟିରୁ ଦେଖିବାକୁ ଗଲେ ଦାମ ଙ୍କ ଏରସମା ରେ ଦଗଦମା ରହିଆସିଛି I ରାବଣ ପୋଡି ସମୟରେ ପ୍ରଶାନ୍ତ ଏବଂ ଦାମ ଙ୍କ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗିରହିଥିଲା I

Leave a Reply

Your email address will not be published. Required fields are marked *