ଆସ୍କାର ପୂର୍ବତନ ବିଧାୟକ ଏବଂ ମହିଳା କମିଶନ ସଦସ୍ୟା ବିଜେପି ରେ ମିଶିଲେ

ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାଥୀ ତାଲିକା ଘୋଷଣା ନେଇ ସବୁ ଦଳ ନାକେଦମ ହେଉଥିବା ବେଳେ ଏବେ ବିଜେଡି କୁ ମୁଖ୍ୟ ସମସ୍ୟା ପାଲଟିଛି ଅସନ୍ତୁଷ୍ଟ ନେତା I ଲଗାତାର ବିଜେଡି ନେତାଏ ଦଳ ରୁ ଇସ୍ତଫା ଦେବାରେ ଲାଗିଛନ୍ତି I ଏପଟେ କିନ୍ତୁ ବିଜେପି ରେ ମିଶିବାରେ ଲାଗିଛନ୍ତି ହେଭିୱେଟ ନେତା I ବୈଜୟନ୍ତ ,ଦାମ ମିଶିବା ପରେ ଗତକାଲି ଆସ୍କାର ପୂର୍ବତନ ବିଧାୟକ ସରୋଜ ପାଢୀ ବିଜେପି ରେ ମିଶିଛନ୍ତି I ଏହା ସହିତ ମହିଳା କମିଶନ ସଦସ୍ୟା ତିଳୋତ୍ତମା ନାଏକ ମଧ୍ୟ ବିଜେପି ରେ ମିଶିଛନ୍ତି I

କିଛିଦିନ ତଳେ ବବି ଦାସ ଙ୍କ ବିରୁଦ୍ଧରେ ସଂଗୀନ ଅଭିଯୋଗ ଆଣିଥିଲେ ତିଳୋତ୍ତମା ନାଏକI ତାଙ୍କୁ ବବି ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇ ନପାରିବାରୁ ଶେଷରେ ବାଧ୍ୟ ହେଇ ବିଜେଡି ରୁ ଇସ୍ତଫା ଦେଇଥିଲେ I ଗତକାଲି ବିଦ୍ଧିବଦ୍ଧ ଭାବରେ ବିଜେପି ରେ ସାମିଲ ହେଇଛନ୍ତି ତିଲୋତ୍ତମା I

Leave a Reply

Your email address will not be published. Required fields are marked *