ଦାମ ବାବୁଙ୍କ ମନ ପରିବର୍ତନ ହେଇଛି ,ଆଉ ସେ ସେମିତି କହିବେନି – ଲେଖାଶ୍ରୀ

ଗଣମାଧ୍ୟମ ହେଉ କିମ୍ବା ସୋସିଆଲ ମିଡ଼ିଆ ,ସବୁବେଳେ ଚର୍ଚା ରେ ଥିବା ବିଜେପି ର ମହିଳା ନେତ୍ରୀ ସାମନ୍ତ ସିଂହାର ସତେ ଯେପରି ଦାମ ଙ୍କ ବିଜେପି ଯୋଗ ଦାନ କୁ ଗ୍ରହଣ କରିପାରିବେନି ,ଏକଥା ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଥିଲା I ତାହା ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା Iଦାମ ରାଉତ ବିଜେପି ରେ ମିଶିବା ର ତିନିଦିନ ବିତିଯାଇଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡ଼ିଆ ଫେସବୁକ ରେ ହଇଚଇ ସୃଷ୍ଟି କରୁଥିବା ଲେଖାଶ୍ରୀ ଏଥରକ କିନ୍ତୁ ଦାମ ଙ୍କୁ ସ୍ୱାଗତ କରିପାରିନଥିଲେ I ଦାମ ଙ୍କ ବିଜେପି ଯୋଗଦାନ ପରେ ,

ସୋସିଆଲ ମିଡିଆରେ ଏବେ ସବୁଠୁ ଚର୍ଚ୍ଚା ରେ ଅଛନ୍ତି ଦାମ ଏବଂ ଲେଖାଶ୍ରୀ I ଦାମ ଏବଂ ଲେଖାଶ୍ରୀ ଅତୀତରେ ଯେଉଁ ତୁ ତୁ ମେଁ ମେଁ ହେଇଛନ୍ତି ,ପ୍ରାୟତ ଦୁଇଜଣଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ କହିଲେ ଭୁଲ ହେବନି IIଏକ ବୈଠକ ରେ ଲେଖାଶ୍ରୀ ଙ୍କୁ ଟାର୍ଗେଟ କରି ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ଦେଇଥିବା ଦାମ ଙ୍କ ପଦିଏ କଥା ପାଇଁ ଯେ ତାଙ୍କୁ କେତେ ମହଙ୍ଗା ପଡ଼ିଥିଲI ,ଏପରିକି ତIଙ୍କ ବାସଭବନ ଘେରାଓ ମଧ୍ୟ ହେଇଥିଲା ତାହା ତ ସମସ୍ତଙ୍କୁ ଜଣା I ତେବେ ଗୋଟିଏ କଥା ଦେଖିବାକୁ ମିଳିଥିଲା ଯେ ବୈଜୟନ୍ତ ପଣ୍ଡା ଯୋଗ ଦେଉ ଦେଉ ନିଜ ଫେସବୁକ ପେଜ ରେ ଲେଖାଶ୍ରୀ ତାଙ୍କୁ ସ୍ୱାଗତ କରିଥିଲେ

କିନ୍ତୁ ଦାମ ଙ୍କୁ ସ୍ୱାଗତ କରିପାରୁନାହାନ୍ତି , ବୋଧହୁଏ ପୁରୁଣା କଥା ଭୁଲିପାରୁନାହାନ୍ତି ଲେଖାଶ୍ରୀ ,ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଲେଖାଶ୍ରୀ I ଏକ ବୈଠକ ରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଛନ୍ତି ଯେ ମୁଁ ତାଙ୍କୁ ସେତେବେଳେ କ୍ଷମା କରିଦେଇଥିଲି ,

ଏବେ ସେ ବିଜେପି କୁ ଗ୍ରହଣ କରି ଯୋଗ ଦେଇଛନ୍ତି ,ଆମେ ତାଙ୍କୁ ସ୍ୱାଗତ କରୁଚୁ ,ଦାମ ବାବୁ ଙ୍କ ମନ ପରିବର୍ତନ ହେଇଚି ଆଉ ସେମିତି ସେ କହିବେନି I

Leave a Reply

Your email address will not be published. Required fields are marked *