ବିଜେପି ନଜରରେ ଓଡିଶା ,ପୁରା ଦମ୍ ରେ ଓଲ୍ହାଇବ ନିର୍ବାଚନ କୁ I ପୁରୀରୁ ଲଢ଼ିବେ ମୋଦି !!

ପ୍ରାଥୀ ତାଲିକା ଘୋଷଣା ପୂର୍ବରୁ ବିଜେଡି ଦଳରେ ଛନକା ପଶିଚି I ଜଣଙ୍କ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି I ସେପଟେ ବିଜେପି ଦଳରେ ମିଶ୍ରଣ ପର୍ବ ଚାଲିଛି I ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡି ବିଜେପି ରେ ଯୋଗ ଦେଉଛନ୍ତି I ତେବେ ବୈଜୟନ୍ତ ବିଜେପି ରେ ଯୋଗ ଦେବା ପରେ ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରାଯାଇଥିଲା I କଳେବଳେ କୌଶଳେ ବିଜେଡି ରୁ ବଦଲା ନେବାକୁ ଅଣ୍ଟା ଭିଡିଛନ୍ତି ବୈଜୟନ୍ତ I ଯୋଗଦେଉ ଦେଉ ଦାମ ମିଶିଲେ I ଗତକାଲି ବିଜେଡି ନେତ୍ରୀ ତିଲୋତ୍ତମା ମିଶିଥିଲେ ,ଆଜି ନବରଙ୍ଗପୁର ସାଂସଦ ବିଜେଡି ଛାଡି ବିଜେପି ରେ ମିଶିଛନ୍ତି

I ଏମିତିରେ ବି ବୈଜୟନ୍ତ କହିସାରିଛନ୍ତି ଯେ ପ୍ରଥମ ଓଭର ରୁ ଛକା ମରାଯାଇଛି ଆଗକୁ ଖେଳ ବହୁତ ବାକି ଅଛି I ତେବେ ଖୁବ ଜଲ୍ଦି ବିଜେପି ର ଲୋକସଭା ପ୍ରାଥୀ ତାଲିକା ଘୋଷଣା ହେବାକୁ ଥିବାବେଳେ ସାମ୍ନା କୁ ଆସିଛି କିଛି ବରିଷ୍ଠ ଚର୍ଚ୍ଚିତ ବିଜେପି ନେତାଙ୍କ ନାମ I ଚର୍ଚ୍ଚା ଚାଲିଛି କି ପୁରୀ ରୁ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ଲଢ଼ିବେ

I ଯଦି ମୋଦି ନଲଢ଼ନ୍ତି ତେବେ ସମ୍ବିତ ପାତ୍ର ଙ୍କୁ ପୁରୀ ନଚେତ ବ୍ରହ୍ମପୁର ରେ ଟିକେଟ ମିଳିବ ଲୋକସଭା ପାଇଁ Iତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ କନ୍ଧମାଳ ରେ ଟିକେଟ ଦିଆଯିବା ନେଇ ଚର୍ଚା ହେଉଥିବା ବେଳେ କେନ୍ଦ୍ରାପଡା ରୁ ଲୋକପ୍ରିୟ ନେତା ବୈଜୟନ୍ତ ଏବଂ ଭୁବନେଶ୍ୱର ରୁ ଅପରାଜିତା ଷଡ଼ଙ୍ଗୀ ଙ୍କୁ ଦଳ ଠିଆ କରାଇବ I

ସେହିପରି ,ବଲାଙ୍ଗୀର ଆସନରୁ ସଂଗୀତା ସିଂହଦେଓ ,କଟକ ଆସନରୁ ଗୋଲକ ମହାପାତ୍ର ,ଢେଙ୍କାନାଳ ରୁ ରୁଦ୍ର ପାଣି ଙ୍କୁ ଟିକେଟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥରକ ବାଲେଶ୍ୱର ପାଇଁ ଲେଖାଶ୍ରୀ ଇଛୁକ ଥିବାବେଳେ ,ବାଲେଶ୍ୱର ପାଇଁ ସେ ନୂଆମୁଂହ ହେଇଥିବାରୁ ତାଙ୍କୁ ଜଗତସିଂହପୁର ରେ ପ୍ରାଥୀ କରାଯିବାକୁ ପ୍ରାୟତ ଯୋଜନା କରାଯାଉଛି Iଅନ୍ୟପକ୍ଷରେ ବାଲେଶ୍ୱର ରୁ ପ୍ରତାପ ଷଡ଼ଙ୍ଗୀ ଏବଂ ସୁନ୍ଦରଗଡ ରୁ ଜୁଏଲ ଓରାମ ନିର୍ବାଚନ ଲଢ଼ିପାରନ୍ତି ବୋଲି ଶୁଣାଯାଉଛି I ଅବଶ୍ୟ ଏନେଇ ସଠିକ ତଥ୍ୟ ଜଣାପଡ଼ିନି I

Leave a Reply

Your email address will not be published. Required fields are marked *