ମୁଁହ ଖୋଲିଲେ ସିଦ୍ଧାନ୍ତ,କହିଲେ ବିଜେଡି ଅସୁବିଧାରେ ପଡିପାରେ

କିଛିଦିନ ଧରି ଚର୍ଚ୍ଚା ଚାଲିଛି କି ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିଜେଡି ଟିକେଟ ମିଳିବ ନାହିଁ I ରାଜକୁମାରୀ କଲ୍ୟାଣୀ ଦେବୀ ଦଳରେ ମିଶିବା ପରେ ,ଦଳ ତାଙ୍କୁ ପ୍ରାଥୀ କରିପାରେ କିମ୍ବା ବିଜେଡି ରେ ଯୋଗ ଦେଇଥିବା କଂଗ୍ରେସ ର ବରିଷ୍ଠ ନେତା ଚନ୍ଦ୍ରଶେଖର ଙ୍କୁ ପ୍ରାଥୀ କରାଯାଇପାରେ I ତେବେ ଏନେଇ ଆଜି ମୁଁହ ଖୋଲିଛନ୍ତି ସିଦ୍ଧାନ୍ତ I

କହିଛନ୍ତି ଟିକେଟ ଦେଲେ ଲଢ଼ିବି ନହେଲେ ଦଳ ପାଇଁ ପ୍ରଚାର କରିବି,ଆଗକୁ ସମୟ କହିବ I ତେବେ ବିଜେପି ରେ ମିଶିବା ନେଇ ପ୍ରଶ୍ନ କୁ ଆଡେଇ ଯାଇଛନ୍ତି ସିଦ୍ଧାନ୍ତ କେବଳ କହିଛନ୍ତି ମୁଁ ପଛରୁ ଛୁରୀ ମାରିପାରିବିନି I କିନ୍ତୁ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମର୍ଥନ ରେ କହିଛନ୍ତି ଯେ ସେ ପାଞ୍ଚଥର ବିଧାୟକ ଭାବେ ଜିତିଛନ୍ତି ,ତେଣୁ ଦଳର ଭଲପାଇଁ ତାଙ୍କୁ ପ୍ରାଥୀ କରେଇବା ଉଚିତ ,ନଚେତ ଯଦି ସେ ସ୍ୱାଧୀନ ଭାବେ ଲଢ଼ିବେ ତେବେ ଦଳ ପାଇଁ ସମସ୍ୟା ସୃଷ୍ଟି ହେଇପାରେ I ଏହା ସହିତ ଆହୁରି କହିଛନ୍ତି ଯେ ପ୍ରାଥୀ ଚୟନ ନେଇ ତାଙ୍କ ସହିତ କୌଣସି ଯୋଗାଯୋଗ କରାଯାଇନାହିଁ କିମ୍ବା ମତାମତ ନିଆଯାଇନି I

Leave a Reply

Your email address will not be published. Required fields are marked *