ନବୀନ ନିବାସ ରେ ଦିଲ୍ଲୀପ ରାୟ ,ସର୍ତ୍ତ ପୂରଣ ହେଲେ ଆଜି ବିଜେଡି ରେ ମିଶିବେ

ପ୍ରାଥୀ ଘୋଷଣା ପୂର୍ବରୁ ଚାଲିଛି ଦଳ ଡିଆଁ ପର୍ବ I ଯେଉଁ ଦଳରୁ ଟିକେଟ ମିଳିବ ସେ ଦଳକୁ ନେତାଙ୍କ ଦୌଡ I ତେବେ ବର୍ତମାନ ବିଜେଡି ଛାଡି ଅନେକ ତୁଙ୍ଗ ନେତା ବିଜେପି ମୁଁହା ହେଉଥିବା ବେଳେ ବିଜେଡି କୁ ଫେରିବେ ଦିଲ୍ଲୀପ ରାୟ I ବିଜେଡି ପ୍ରତିଷ୍ଠା ରେ ଯେଉଁ କେତେଜଣ ନେତା ଙ୍କ ନାମ ଆସେ ତନ୍ମଧ୍ୟରୁ ଦିଲୀପ ଅନ୍ୟତମ I ସମୟକ୍ରମେ ବିଜେଡି ରୁ ବିଦା ହେଇଥିଲେ ମଧ୍ୟ ବିଜେପି ରେ ଯୋଗ ଦେଇ ସୁନ୍ଦରଗଡ଼ ରେ ନିଜ ଦଗଦମା ରଖିପାରିଥିଲେ ଦିଲ୍ଲୀପ I

ବ୍ରାହ୍ମଣୀ ବ୍ରିଜ କୁ ନେଇ ଦିଲୀପ କ୍ଷୋଭ ପ୍ରକାଶ କରିବା ସହିତ ପରେ ବିଜେପି ଛାଡିଥିଲେ ଦିଲ୍ଳୀପ I ଚର୍ଚ୍ଚା ହେଉଥିଲା କି ସେ ବିଜେଡି ରେ ମିଶିବେ କିନ୍ତୁ କୌଣସି ସ୍ପଷ୍ଟ ହେଉନଥିଲା I ଅପରପକ୍ଷରେ ବିଜେପି ରେ ବୈଜୟନ୍ତ ମିଶିବା ପରେ ଦିଲୀପ ଏବଂ ବିଜୟ ଙ୍କୁ ଦଳକୁ ଫେରେଇନେବାକୁ ଉଦ୍ୟମ କରାଯାଇଥିଲା I

ଏନେଇ ପ୍ରଭାରୀ ଅରୁଣ ସିଂ ମଧ୍ୟ ସୂଚନା ଦେଇଥିଲେ କି ଖୁବ ଶୀଘ୍ର ଭଲ କଥା ଶୁଣିବାକୁ ମିଳିବ I କିନ୍ତୁ ସବୁ କଳ୍ପନା ଜଳ୍ପନା କୁ ପଛରେ ପକାଇ ପୁଣି ଥରେ ନବୀନ ନିବାସ ରେ ଦେଖାଯାଇଛନ୍ତି ଦିଲ୍ଲୀପ ରାୟ I ନବୀନ ଙ୍କ ସହିତ ରୁଦ୍ଧଦ୍ବାର ବୈଠକ ଚାଲିଥିଲା ଶୁଣାଯାଉଛି କିଛି ଆଲୋଚନା ପରେ ଆଜି ବିଜେଡି ରେ ସାମିଲ ହେବେ ଦିଲ୍ଲୀପ ,ଏକ ପ୍ରକାର କହିଲେ ଘର ବାହୁଡା I

Leave a Reply

Your email address will not be published. Required fields are marked *