ବିଜେଡି ରେ ସାମିଲ ହେଲେ କିନ୍ନର ମହାସଂଘ ସଭାପତି ମୀରା ମା ପ୍ରଶାନ୍ତ ଙ୍କୁ ମିଳିବନି ଟିକେଟ ,ବେଗୁନିଆ ରୁ ମୀରା ଲଢ଼ିବେ !!

ମୀରା ପରିଡା ,ସମାଜରେ ଜଣାଶୁଣା ଏକ ନାମଟିଏ I ସଫଳତା ର ଅନ୍ୟ ନାମ ମୀରା କହିଲେ ଭୁଲ ହେବନି I ମାଇଚିଆ ମାୟାଧର ରୁ କଠୋର ପରିଶ୍ରମ ଏବଂ ନିଷ୍ଠାର ସହିତ ନିଜ ପରିଚୟ ତିଆରି କରିଛନ୍ତି I କିନ୍ନର ସମାଜ ପାଇଁ ଏକ ରାସ୍ତା ଦେଖାଇଛନ୍ତି I କିନ୍ନର ମାନଙ୍କ ପାଇଁ ଲୋକଙ୍କ ମନରେ ଥିବା ଘୃଣା ଭାବକୁ ବଦଳାଇବାରେ ମୀରାଙ୍କ ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ I ସେଥିପାଇଁ ତ ସେ ମୀରା ରୁ ପାଲଟି ଯାଇଛନ୍ତି ମୀରା ମା I

କେବଳ କିନ୍ନର ମାନଙ୍କ ପାଇଁ ନୁହେଁ ,ସମାଜ ପାଇଁ `ମଧ୍ୟ ସବୁବେଳେ ତାଙ୍କର ଭଲ କାମ ଦେଖିବାକୁ ମିଳିଥାଏ I ତେବେ ମୀରା ଏବେ ରାଜନୀତି ରେ ପ୍ରବେଶ କରିଛନ୍ତି I ନବୀନ ବାବୁଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେଇ ବିଜେଡି ରେ ଯୋଗ ଦେଇଛନ୍ତି I ଚର୍ଚା ଚାଲିଛି କି ବେଗୁନିଆରୁ ମୀରାଙ୍କୁ ଟିକେଟ ମିଳିବ I ମୀରା ଙ୍କୁ ମଧ୍ୟ ବେଗୁନିଆ ର ଅଧିକାଂଶ ସମାବେଶ ରେ ଦେଖିବାକୁ ମିଳେ I ଏମିତିରେ ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ଗୁଣ୍ଡାଗିରି ରେ ବିଜେଡି ବ୍ୟତୀଵ୍ରତ ହେଇଗଲାଣି ,ବାରମ୍ବାର ବିଧାୟକ ଙ୍କ ଦାଦାଗିରୀ ଦେଖିବାକୁ ମିଳିଛି I

ସେଥିପାଇଁ ମୀରା ଙ୍କୁ ପ୍ରଶାନ୍ତ ଙ୍କ ସ୍ଥାନରେ ପ୍ରାଥୀ କରାଯିବା ନେଇ ଶୁଣାଯାଉଛି I ଏନେଇ ଖୁବ ଶୀଘ୍ର ଜଣାପଡିବ I

Leave a Reply

Your email address will not be published. Required fields are marked *