ଜଣେ ସାଧାରଣ ସ୍ୱୟଂ ସହାୟକ ମହିଳା ସଦସ୍ୟା ପ୍ରମିଳା ଙ୍କୁ ଆସ୍କା ରୁ ଲୋକସଭା ଟିକେଟ

ଘୋଷଣା ସରିଛି ବିଜେଡି ର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାଥୀ ତାଲିକା I ଲୋକସଭା ପାଇଁ ଏଥର ଅଧିକାଂଶ ଟିକେଟ ନୂଆ ପ୍ରାଥୀ ଙ୍କୁ ଦିଆଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଘୋଷିତ ହେଇଥିବା ପ୍ରାଥୀଙ୍କ ଭିତରେ 9ଜଣ ମଧ୍ୟରୁ ତିନିଜଣ ମହିଳା ପ୍ରାଥୀ ଅଛନ୍ତି I ଅର୍ଥାତ କହିବାକୁ ଗଲେ ଲୋକସଭା ପାଇଁ 33% ଆରକ୍ଷଣ ନୀତିରେ ନବୀନ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି I ତେବେ ସବୁଠୁ ବଡ ଚକିତ କରିଛି ଆସ୍କା ପାଇଁ ପ୍ରାଥୀ ହେଇଥିବା ପ୍ରମିଳା ବିଶୋଇ ଙ୍କୁ ନେଇକି I

ନା ସେ ଜଣେ ଟାଣୁଆ ନେତା ,ନା ତାଙ୍କୁ କେହି ଜାଣିଛନ୍ତି I ପ୍ରମିଳା ଙ୍କ ନାମ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି I ବାସ୍ତବରେ ପ୍ରମିଳା ବିଶୋଇ ହେଉଛନ୍ତି ଜଣେ ଏସଏଚଜି ଗ୍ରୁପର ସଦସ୍ୟା I ବିଜେଡି ମହିଳା ଏସଏଚଜି ସଶକ୍ତିକରଣ କଥା କହୁଥିବାରୁ ,ଜଣେ ସାଧାରଣ ସଦସ୍ୟା ଙ୍କୁ ଲୋକସଭା ଟିକେଟ ଦେଇ ସମସ୍ତଙ୍କ ବୁଦ୍ଧି ହଜେଇଦେଇଛନ୍ତି I

ତେବେ ଆଗାମୀ ସମୟରେ ଜଣାପଡିବ ପ୍ରମିଳା ଙ୍କ ନିର୍ବାଚନ ରଣକୌଶଳ କିପରି ରହୁଛି I

Leave a Reply

Your email address will not be published. Required fields are marked *