ନିର୍ବାଚନରେ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗର ବ୍ୟାପକ ପ୍ରସ୍ତୁତି, ବିଭିନ୍ନ ସ୍ଥାନରେ ଚଢାଉ ଜାରି

ନିର୍ବାଚନ ରେ ନିଶା ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷ ରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କଟକ ଜିଲ୍ଲା ଅବକାରୀ ବିଭାଗ, ଅବକାରୀ ଗୁଇନ୍ଦା ବିଭାଗ, ଏବେ ଫ୍ଲାୟିଂ ସ୍କୁଆର୍ଡ୍ ପୃଥକ୍ ପୃଥକ୍ ଭାବରେ ନିଜର ମିଶନ ଜାରି ରଖିଛନ୍ତି। ଜିଲ୍ଲା ଅବକାରୀ ବିଭାଗ ପାଖରୁ ୯ ଟି ଚାର୍ଜ ରେ ଟିମ୍ ବିଭକ୍ତ ହୋଇଥିବା ବେଳେ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲା ଯାଇଛି। ନିର୍ବାଚନ କୁ ଆଖିଆଗରେ ରଖି ବ୍ୟାପକ ଚଢ଼ାଉ ଜାରି ରହିଥିବା କହିଛନ୍ତି ଅବକାରୀ ବିଭାଗ।

ନିର୍ବାଚନ ରେ ନିଶା ରୋକିବା ପାଇଁ କଟକ ଜିଲ୍ଲା ଅବକାରୀ ବିଭାଗ, ଅବକାରୀ ଗୁଇନ୍ଦା ବିଭାଗ, ନିଜ ନିଜ ତରିକରେ ଅପରେସନ ଆରମ୍ଭ କରିଛନ୍ତି। କଟକ ଜିଲ୍ଲା ଅବକାରୀ ବିଭାଗ ପକ୍ଷ ରୁ ୫୫ ଜଣ ସଦସ୍ୟ ଙ୍କୁ ନେଇ ୯ ଟି ଚାର୍ଜ ଗଠନ କରାଯାଇଛି ଓ ୨ ଟି ମୋବାଇଲ ଇଉନିଟ୍ ମଧ୍ୟ କରାଯାଇଛି। ଅବକାରୀ ବିଭାଗ ପକ୍ଷ ରୁ ବାଙ୍କୀ, ଆଠଗଡ଼, ସଦର, ଚୌଦ୍ଵାର କୁ ସମ୍ବେଦନଶୀଳ ଭାବେ ନିଆଯାଇଛି। ନିର୍ବାଚନ କୁ ଦୃଷ୍ଟି ରେ ରଖି ଗତ ୫ ଦିନ ଭିତରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷ ରୁ ୧୦ ଜଣଙ୍କୁ ଗିରଫ କରିବା ସହ ୧୭ ଲିଟର ମଦ ଓ ୪୯ ଲିଟର ଦେଶୀ ମଦ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ପକ୍ଷ ରୁ କୁହାଯାଇଛି।

ଏହା ଛଡ଼ା କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଅଧିନରେ ରେ ୧୦ ଟି ଜିଲ୍ଲା ରହିଛି। ତେବେ ୩ ଟି ଲେଖାଏଁ ଜିଲ୍ଲା କୁ ଗୋଟିଏ ଟିମ୍ ଗସ୍ତ କରି ଅବକାରୀ ଚଢ଼ାଉ ଜାରି ରଖିଥିବା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷ ରୁ କୁହାଯାଇଛି। ନିକଟ ରେ ବହୁ ପରିମାଣ ର ଗଞ୍ଜେଇ ଧରିବା ସହ ୨୨ଲକ୍ଷ ତାଙ୍କ ର ବ୍ରାଉନ ସୁଗାର ମଧ୍ୟ ଜବତ କରିଛି। ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ସୂଚନା ଦେଇଛନ୍ତି। ଏବଂ ଆସନ୍ତା ନିର୍ବାଚନ କୁ ନିଶାମୁକ୍ତ ରଖିବା କୁ ଚେଷ୍ଟା କରିଛନ୍ତି ଅବକାରୀ ବିଭାଗ।

Leave a Reply

Your email address will not be published. Required fields are marked *