ବାଲେଶ୍ୱର ରୁ ସାଂସଦ ହେବେ ଲେଖାଶ୍ରୀ !!ପ୍ରତାପ ଯିବେ କୁଆଡେ ??

ନିଜର ବରିଷ୍ଠ ଯୁକ୍ତି ଦ୍ୱାରା ଗଣମାଧ୍ୟମ ରେ ବିଜେପି ର ଏକ ଚର୍ଚିତ ଚେହେରା ଭାବରେ ନିଜକୁ ପରିଚିତ କରାଇପାରିଛନ୍ତି ଲେଖାଶ୍ରୀ I ଯେ କୌଣସି ଇସ୍ୟୁ ହେଉ ରାଜ୍ୟ ସରକାର ଙ୍କୁ କଡା ଟକ୍କର ଦେବାରେ ପଛାଇ ନଥାନ୍ତି ଏହି ମହିଳା ନେତ୍ରୀ Iତେବେ ଗତ କିଛିଦିନ ଧରି ବାଲେଶ୍ୱର ରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର I ବିଜୟ ସଂକଲ୍ପ ହେଉ କିମ୍ବା ଯେ କୌଣସି ସମାବେଶ ସବୁଠି ପ୍ରଥମେ ପହଞ୍ଚି ଯାଉଛନ୍ତି ଲେଖାଶ୍ରୀ I ବୁଲି ବୁଲି ବାଲେଶ୍ୱର ର ସମସ୍ତ ଅଞ୍ଚଳ ପରିଦର୍ଶନ କରିବା ସହିତ ଲୋକଙ୍କ ପାଖରେ ପହଁଚୁଛନ୍ତି

Iଜିଲ୍ଲାର ସମସ୍ତ ଟିକିନିକି ସମସ୍ୟାକୁ ସାମ୍ୱାଦିକ ସମ୍ମିଳନୀରେ ଉଠାଉଛନ୍ତି I କେବଳ ଏତିକି ନୁହେଁ ବାଲେଶ୍ୱର କଥା ଭୁବନେଶ୍ୱର ରେ ଉଠାଉଛନ୍ତି Iବିଜେଡି ସାଂସଦ ରବୀନ୍ଦ୍ର ଜେନା ଙ୍କ ବିରୁଧରେ ଭୁବନେଶ୍ୱର ରେ ବିଷୋଦ୍ ଗାର ମଧ୍ୟ କରିଥିଲେ ,ଯେଉଁଥିରୁ କି ସ୍ପଷ୍ଟ ହେଉଥିଲା ଯେ ଲେଖାଶ୍ରୀ ଙ୍କ ଟାର୍ଗେଟ ରେ ସିଧାସଳଖ ସାଂସଦ I ଅପରପକ୍ଷରେ ବାଲେଶ୍ୱର ର ପୁରୁଣା ତଥା ଲୋକପ୍ରିୟ ନେତା ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ I ପ୍ରତାପ ମଧ୍ୟ ସାଂସଦ ପ୍ରାଥୀ ପାଇଁ ଦାବିଦାର I

ଏ ପରିପ୍ରେକ୍ଷୀରେ ଲେଖାଶ୍ରୀ ବାଲେଶ୍ୱର ପାଇଁ ସମ୍ପୂର୍ଣ୍ଣ ନୂଆ ,ତେଣୁ କେବଳ ମୋଦି ହାୱାରେ କେବଳ ସେ ଯାହା ଭୋଟ ପାଇବେ I ତେଣୁ ଦଳ କାହାକୁ ଟିକେଟ ଦେବା ସେ ନେଇ ଦ୍ବନ୍ଦରେ I ବାଲେଶ୍ୱର ରେ ଲେଖାଶ୍ରୀ ନା ପ୍ରତାପ I ଭିତିରିଆ ସୂତ୍ର ରୁ ମିଳିଥିବା ଖବର ଅନୁଯାଇ ଲେଖାଶ୍ରୀ ଙ୍କୁ ଜଗତସିଂହପୁର ରେ ହୁଏତ ବିଜେପି ପ୍ରାଥୀ କରାଇପାରେ ସାଂସଦ ପାଇଁ I

Leave a Reply

Your email address will not be published. Required fields are marked *