ମୁଁ ଜମା ଛାଡିବିନି ସେ ଯେଉଁଠି ପ୍ରଚାର କରିବେ ମୁଁ ତାଙ୍କ ପଛେ ପଛେ ଜାଇ ସେଠି ପ୍ରଚାର କରିବି

ଚାରି ଥର ବହୁମତରେ ବିଜୟ ହେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ଲୋକପ୍ରିୟତା ଆଜି ବି ବହୁ ଉର୍ଦ୍ଧରେ I ତେବେ ଆସନ୍ତା ନିର୍ବାଚନ ପାଇଁ ନୂଆ ରଣକୌଶଳ ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ I ଚାରିଥର ଧରି ହିଞ୍ଜିଳି ରେ ପ୍ରାଥୀ ହେଇଥିଲେ ମଧ୍ୟ ଏଥରକ ପଶ୍ଚିମ ଓଡିଶାରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି I ପଶ୍ଚିମ ଓଡ଼ିଶାରେ ବିଜେଡି ସେତେ ସବଳ ନାହିଁ ତେଣୁ ସ୍ୱାଭାବିକ ଭାବରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରାଥୀତ୍ୱ ସେହି ଅଞ୍ଚଳ ର ଜନମତ କୁ ପ୍ରଭାବିତ କରିବ ଏଥିରେ ସନ୍ଦେହ କରିବାର କିଛି ନାହିଁ I

ତେଣୁ ପଶ୍ଚିମ ଓଡ଼ିଶାରେ ବିଜେଡି କୁ ଅଧିକ ଫାଇଦା ପାଇଁ ହୁଏତ ମୁଖ୍ୟମନ୍ତ୍ରୀ ରଣକୌଶଳ ପ୍ରସ୍ତୁତ କରୁଛନ୍ତି I ଅପରପକ୍ଷରେ ବିଜେପୁର ରେ ମୁଖ୍ୟମନ୍ତ୍ରୀ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି କାହିଁକିନା ସୁବଳ ସାହୁଙ୍କ ପତ୍ନୀ ଙ୍କୁ ଯେଉଁଭଳି ଭାବରେ ବିଜେପୁର ରେ ସମର୍ଥନ ମିଳିଥିଲା ,ନିଜେ ମୁଖ୍ୟମନ୍ତ୍ରୀ କହିଥିଲେ କି ସେହି ଅଞ୍ଚଳ ର ଦାୟିତ୍ୱ ନେବେ I କିନ୍ତୁ ଏହାକୁ ନେଇ ବର୍ଷିଛନ୍ତି ଦାମ , କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବିଜେପି ର ବୃଦ୍ଧି ହେଉଥିବା ଶକ୍ତି କୁ ଦେଖି ଡ଼ରିଗଲେଣି I

ବିଜେଡି ରୁ ଏବେ ନେତାମାନେ ଦଳ ଛାଡି ବିଜେପି ରେ ମିସୁଛନ୍ତି ,ବିଜେପି ର ଶକ୍ତି ବଢୁଛି I ବିଜେଡି ସହିତ କଡା ଟକ୍କର ଦେବେ ବିଜେପି ପ୍ରାଥୀ, ସେଥିପାଇଁ ଭୟରେ ପଶ୍ଚିମ ମୁଁହା ହେଇଛନ୍ତି ,ମୁଁ କିନ୍ତୁ ଜମା ଛାଡିବିନି I ନବୀନ ଙ୍କ ପଛେ ପଛେ ଯାଇ ପ୍ରଚାର କରିବି ତାଙ୍କ ବିରୁଦ୍ଧରେ I

Leave a Reply

Your email address will not be published. Required fields are marked *