ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ : ପ୍ରତ୍ୟେକ ଭୋଟରଙ୍କୁ ପଢିବା ଦରକାର

ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର।ଏବଂ ଏହି ରାଷ୍ଟ୍ରର ଜନତାଙ୍କ ଅଧିପତି ଗ୍ରହ ଶନି ଏବଂ ଏବଂ ଜନତା ସମୁହଙ୍କ ଅଧିପତି ଗୁରୁ।ସେଥିପାଇଁ ଭାରତୀୟ ରାଜନେତାଙ୍କୁ ଗୁରୁ ଏବଂ ଶନି ଅଧିକ ପ୍ରଭାବିତ କରିଥାନ୍ତି।ଗ୍ରହ ଯୋଗ ଉତ୍ତମ ସ୍ଥାନରେ ଥିଲେ ରାଜନୀତିରେ ସଫଳତା ମିଳିଥାଏ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ କୁଣ୍ଡଳିରେ ଜନତାଙ୍କ ଅଧିପତି ଶନି ତାଙ୍କ କର୍ମ ସ୍ଥାନରେ ଥାଇ ସ୍ଵୟଂ ଦଣ୍ଡ ନାୟକ ସାଜିଛନ୍ତି।ଜନତା ସମୂହଙ୍କ ଅଧିପତି ଗୁରୁ ସ୍ଵୟଂ ଜନତାଙ୍କ ସ୍ଥାନରେ ବସିଛି।ଯିଏ ସର୍ବଦା ଜନତାଙ୍କ ଭଲ କରିଥାଏ।ମୋଦିଙ୍କ କୁଣ୍ଡଳୀ ଲଗ୍ନରେ ବସିଥିବା ମଙ୍ଗଳ ରୋଚକ ଯୋଗ ସୃଷ୍ଟି କରି ତାଙ୍କୁ ସଠିକ୍ ନିର୍ଣ୍ଣୟ ନେବା ପାଇଁ କ୍ଷମତା ପ୍ରଦାନ କରିଥାଏ। ଗଜକିଶୋରୀ ଯୋଗ ତାଙ୍କୁ ଉତ୍ତମ ଭାଷଣ ଏବଂ ଶତ୍ରୁ ହନ୍ତା କରିଥାଏ।ନିଜର ସ୍ଵାଭାବିକ ତେଜରୁ ଲୋକଙ୍କ ମନ କିଣିବାର କ୍ଷମତା ଥାଏ।ଏବଂ ଏହି ଯୋଗ ତାଙ୍କୁ ଲୋକପ୍ରିୟ କରାଇଥାଏ।

ବର୍ତ୍ତମାନ ତାଙ୍କର ଚନ୍ଦ୍ର ଦଶାରେ ଶୁକ୍ର ଅନ୍ତର ଚାଲିଛି।ଏହା ଏକ ପ୍ରକାର ସମ୍ମାନ ଯୋଗ ଦଶା।ମାର୍ଚ୍ଚ ୭ ତାରିଖରୁ ମୋଦୀଙ୍କର ମାଧ୍ୟମ ରାହୁ ଏବଂ କେତୁରେ ପରିବର୍ତ୍ତନ ହୋଇଛି।ଏହି ପରିବର୍ତ୍ତନ ତାଙ୍କ ପାଇଁ ଲାଭଦାୟକ ଏବଂ ତାଙ୍କ ବିରୋଧୀଙ୍କ ପାଇଁ ଘାତକ ହେବ।ଏହା ଛଡ଼ା ଗୁରୁ ମଧ୍ୟ ଏପ୍ରିଲ୍ ୧ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଅତିଚାରୀ ହୋଇ ଧନୁ ରାଶିରେ ରହିବେ ଯିଏ ତାଙ୍କ କର୍ମ ସ୍ଥାନକୁ ଦେଖିବେ।ଏହି ସମୟ ତାଙ୍କ ପାଇଁ ଅତ୍ୟନ୍ତ ଉପଯୁକ୍ତ ରହିବ।ତାଙ୍କ ଦଶା ଏବଂ ବର୍ତ୍ତମାନ ର ଗୋଚର ହିସାବରେ ତାଙ୍କର ବିଜୟ ରଥକୁ ଅଟକାଇବା ଅସମ୍ଭବ।

Leave a Reply

Your email address will not be published. Required fields are marked *