ବିଜେଡି ଛାଡି ବିଜେପି ରେ ପଦ୍ମ ଧରିବେ ବିଜେଡି ସାଂସଦ ଅର୍କ କେଶରୀ

ବିଜେଡି ପ୍ରାଥୀ ଘୋଷଣା ପରେ ଏବେ ଅଧିକାଂଶ ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଲାଣି Iଦିନକୁ ଦିନ ବିଜେଡି ରୁ ନେତାମାନେ ଦଳ ଛାଡୁଥିବା ବେଳେ ବିଜେପି ଆଡେ ଢ଼ଳିବାରେ ଲାଗିଛନ୍ତି I ସେହିପରି କଳାହାଣ୍ଡି ଆସନ ପାଇଁ ସାଂସଦ ଅର୍କ କେଶରୀ ଦେଓ ଙ୍କୁ ଟିକେଟ ନମୀଳିବାରୁ ଭାଙ୍ଗି ପଡିଛନ୍ତି ଏବଂ ବହୁ ଦୁଃଖର ସହିତ କହିଛନ୍ତି ଯେ ଦଳ ତାଙ୍କ କଥା ବିଚାର କରିବାର ଥିଲା I ଅପରପକ୍ଷେ କିଛିଦିନ ତଳେ ତାଙ୍କୁ ଟିକେଟ ମିଳିନପାରେ ବୋଲି ଚର୍ଚ୍ଚା ହେଉଥିଲା ଏବଂ ସେଥିପାଇଁ ତାଙ୍କ ସ୍ତ୍ରୀ ମାଳବୀକା ଦେଓ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରିଥିଲେ I

ଶୁଣାଯାଉଥିଲା କି ତାଙ୍କ ସ୍ତ୍ରୀ ନିର୍ବାଚନ ଲଢ଼ିବାକୁ ଇଛୁକ ଥିଲେ ତେବେ ଉଭୟ ଙ୍କୁ ନିରାଶ ହେବାକୁ ପଡିଛି ଏବଂ କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ନାମ ଘୋଷଣI ହେବା ପରେ ଅର୍କ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ,ଚର୍ଚା ଚାଲିଛି କି ବିଜେଡି ରୁ ଇସ୍ତଫା ଦେଇ ଖୁବ ଶୀଘ୍ର ବିଜେପି ରେ ଯୋଗ ଦେଇପାରନ୍ତି ଅର୍କ କେଶରୀ Iଯଦିଓ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ତେବେ ଖୁବ ଶୀଘ୍ର ଜଣାପଡ଼ିବ I

Leave a Reply

Your email address will not be published. Required fields are marked *