କି ରାଜନୀତି ରେ ବାବା ,ଗୋଟିଏ ଘରୁ ବିଜେଡି ବିଜେପି କଂଗ୍ରେସ ରୁ ତିନି ପ୍ରାଥୀ !!

ସବୁବେଳେ ଚର୍ଚ୍ଚା ହୁଏ କି ପରିବାରବାଦ ରାଜନୀତି ବନ୍ଦ ହେଉ I ଜଣେ ଯଦି କ୍ଷମତା କୁ ଆସେ ତେବେ ତାଙ୍କ ପୁଅ /ଝିଅ କିମ୍ବା ପରିବାର ରୁ ପରବର୍ତୀ ପିଢ଼ିରେ ପୁଣି ରାଜନୀତି କୁ ଓଲ୍ହାଇଥାନ୍ତି ,କଥା ଉଠେକି ଲୋକସେବା ପାଇଁ କଣ ଅନ୍ୟ କିଏ ଭଲ ନେତୃତ୍ୱ ନେଉଥିବା ଲୋକ ନାହାନ୍ତି ?? କେବଳ ରାଜନୀତି କରୁଥିବା ଲୋକଙ୍କ ଉତ୍ତରଦାୟାଦ ମାନେ ରାଜନୀତି କରିବେ ?? ତେବେ ଆଜି ଚାଲନ୍ତୁ ଜାଣିବା ଏକ ଏମିତି ପରିବାର ବିଷୟରେ ଯେଉଁଠି କି ଗୋଟିଏ ପରିବାରରୁ ତିନିଜଣ ସଦସ୍ୟ ତିନୋଟି ପାର୍ଟି ରେ ପ୍ରାଥୀ ହେଇଛନ୍ତି I ଅର୍ଥାତ ଜିତିଲେ ବି`କିମ୍ବା ହାରିଲେ କିଛି ଫରକ ପଡ଼ିବନି ,ପରିବାରରୁ ହିଁ ଜଣେ ନେତା ହେବେ I ଏହା ହେଉଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ I

ଏଠାରୁ ଲକ୍ଷ୍ମୀପ୍ରିୟା ବାକା କଂଗ୍ରେସ ପାଇଁ ପ୍ରାଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ତାଙ୍କ ଦାଦା ପୁର୍ଣ୍ଣ ଚନ୍ଦ୍ର ବାକା ଙ୍କୁ ବିଜେଡି ରୁ ମିଳିଛି ଟିକେଟ I

ସେହିପରି ଦାଦା ଝିଅ ଭଉଣି ଶାନ୍ତିଲତା ବାକା ମଧ୍ୟ ବିଜେପି ର ପ୍ରମୁଖ ଦାବିଦାର ,ଯଦିଓ ବିଜେପି ଟିକେଟ ଘୋଷଣା ହେଇନି ତେବେ ଶାନ୍ତି ବିଜେପି ର ମଙ୍ଗ ସମ୍ଭାଳୁଥିବାରୁ ସେ ହିଁ ବିଜେପି ଟିକେଟ ପାଇବେ ବୋଲି ଆଶାବାଦୀ ଅଛନ୍ତି I ଅର୍ଥାତ ଗୋଟିଏ ଘରୁ ପଦ୍ମ ,ହାତ ,ଶଙ୍ଖ ରେ ତିନିଜଣ ପ୍ରାଥୀ I କର୍ଣ୍ଣ ମଲେ ପାଞ୍ଚ ଅର୍ଜୁନ ମଲେ ବି ପାଞ୍ଚ I ଯିଏ ହାରୁ କିମ୍ବା ଜିତୁ ପରିବାରକୁ ହିଁ ଆସିବ କ୍ଷମତା I

Leave a Reply

Your email address will not be published. Required fields are marked *