ଦାମ ଙ୍କୁ ଭଲପାଇ ବିବାହ କରିଥିଲେ ସ୍ନେହ ,ଜାଣନ୍ତୁ ତାଙ୍କ ବିଷୟରେ କିଛି ସାଉଁଟା ସ୍ମୃତି

ଓଡିଶା ରାଜନୀତିର ପିତାମହ ଭୀଷ୍ମ କହିଲେ ଭୁଲ ହେବନି ,କିଏ ବା ନଜାଣେ ଦାମୋଦର ରାଉତ ଙ୍କୁ ? ନିଜ ତୁଣ୍ଡ ପାଇଁ ସବୁବେଳେ ସେ ଚର୍ଚିତ I ବିଜୁଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ଦାମୋଦର ଙ୍କ ପତ୍ନୀ ଆଜି ପରଲୋକ ହେଇଯାଇଛନ୍ତି Iପତ୍ନୀ ଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଦାମୋଦର ରାଉତ I

ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି I ନୂଆ ନୂଆ ଚାକିରୀ କରୁଥାନ୍ତି ଦାମବାବୁ , ଅଲ୍ ଓଡିଶା ଭେଟନାରୀ ଇନଫରମେସନ ଅଫିସର ଥିଲେ ,ସମସ୍ତ ଓଡ଼ିଶାରେ ମାତ୍ର ଏକମାତ୍ର ପଦବୀ I ହିନ୍ଦୋଳ ରେ ରହୁଥାନ୍ତି I ତେବେ କଟକ ଆସିବା ସମୟରେ ଦାମ ବାବୁଙ୍କ ସହିତ ଅକସ୍ମାତ ଦେଖାହୁଏ ସ୍ନେହଲତାଙ୍କ ସହିତ Iକୁହାଯାଏ ପ୍ରେମ କୁଆଡେ ହୃଦୟରୁ ହେଇଯାଏ ,ସେମିତି ହିଁ ହେଇଥିଲା ,ଦାମ ବାବୁଙ୍କ ସ୍ପଷ୍ଟକଥା ଏବଂ ରୋକଠୋକ ପାଇଁ ପ୍ରଥମ ଦେଖାରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଯାଆନ୍ତି I ପରେ କିନ୍ତୁ ଦାମ ଙ୍କ ବିବାହ ପ୍ରସ୍ତାବ ପଡେ ,ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ଦାମ ବାବୁଙ୍କ ଯାହା ସହିତ ପ୍ରସ୍ତାବ ପଡେ ତାଙ୍କୁ ହିଁ ସେ ଭଲ ପାଉଥିଲେ ମାନେ ସ୍ନେହଲତା I

ଉଭୟ ଙ୍କ ବିବାହ ସରିଥିଲା,ସେତେବେଳକୁ ବିଇଡି ପଢୁଥିଲେ ସ୍ନେହ I ରାଜନୀତି ପାଇଁ ସ୍ନେହ ଙ୍କର ବହୁତ ଇଛା ଥିଲା ଏପରିକି ତାଙ୍କୁ ପ୍ରାଥୀ ପାଇଁ ମଧ୍ୟ ମନୋନୀତ କରାଯାଇଥିଲା କିନ୍ତୁ ସେତେବେଳକୁ ତାଙ୍କ ବୟସ ହେଇନଥିଲା I ତେବେ ସେହି ସମୟରେ ଦାମ ବାବୁ ଚାକିରୀ ଛାଡି ବିଜୁବାବୁଙ୍କ ସହିତ ରାଜନୀତି ରେ ଯୋଗ ଦେଇଥିଲେ I

ପ୍ରଥମ ଥର ପାଇଁ ହାରିଥିଲେ Iଏହାପରେ ସ୍ନେହ ଶିକ୍ଷୟତ୍ରୀ ଭାବେ ନିଜର ଯାତ୍ରା ଆରମ୍ଭ କରିଥିଲେ ଏବଂ ଦାମ ଲୋକ ସେବାରେ I ସବୁ ସମୟରେ ଦାମ ଙ୍କ ସହିତ ଥିଲେ ସ୍ନେହଲତା I ପତ୍ନୀ ଙ୍କ ଚାକିରିର ଅଧା ଦରମା ଦାମବାବୁ ଖର୍ଚ କରୁଥିଲେ ରାଜନୀତି ପାଇଁ I ନିଜେ ସ୍ନେହ ମଧ୍ୟ ସ୍କୁଲ ରୁ ଛୁଟି ନେଇ ଦାମ ଙ୍କ ପାଇଁ ପ୍ରଚାର କରୁଥିଲେ ,ପରେ ବିଧାୟକ ହେଇଥିଲେ ଦାମ ଏବଂ ରାଜନୀତି ରେ ଏକ ଲମ୍ବା ଇନିସ ଖେଳି ଚାଲିଛନ୍ତି I

ଦାମ ବାବୁ ଏବଂ ସ୍ନେହଲତା ଙ୍କର ୪ଟି ସନ୍ତାନ ମଧ୍ୟରୁ ଜଣେ ମୃତ୍ୟୁ ହେଇସାରିଥିବା ବେଳେ ବଡ ଝିଅ ପ୍ରିତିନନ୍ଦା ରାଉତରାୟ ଜଣେ ଭଲ କଂଠଶିଳ୍ପୀ ଏବଂ ଭୁବନେଶ୍ୱର କର୍ପୋରେଟର ଥିଲେ ନିକଟରେ ଇସ୍ତଫା ଦେଇଛନ୍ତି ସେହିଭଳି ସମ୍ବିତ ରାଜନୀତି ରେ ପାଦ ଦେଇଛନ୍ତି I

Leave a Reply

Your email address will not be published. Required fields are marked *