୧୦ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ ରାସ୍ତାରୁ ପାଇ ମାଲିକକୁ ଫେରାଇଲେ ଯୁବକ, ମିଲିଲା ଏହି ଉପହାର

ବାସ୍ତବରେ ସମାଜ ରେ ମାନବିକତା ଏବଂ ସଚ୍ଚୋଟ ପଣିଆ ବଞ୍ଚି ରହିଛି। ଯାହା ପାଇଁ ଏ ଜୀବଜଗତ ଚାଲିଛି। ତେବେ ଏହିଭଳି ସଚୋଟ ପଣିଆ ର ପ୍ରମାଣ କରିଛନ୍ତି ଗୁଜରାଟ ର ସୁରତ୍ ର ଜଣେ ବ୍ୟକ୍ତି ଦିଲ୍ଲୀପ ପୋଡର। ପେଶା ରେ ସେ ଜଣେ ସେଲ୍ସମ୍ୟନ୍ ଭାବରେ କାମ କରନ୍ତି ଓ ତାଙ୍କ ସଚ୍ଚୋଟ ପଣିଆ ପାଇଁ ସେ ୨ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି।

ସୂଚନା ମୁତାବକ ଗତ ଶୁକ୍ରବାର ପୋଡ଼ର ନିଜର ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ ରାସ୍ତା ରେ ଏକେ ବ୍ୟାଗ୍ ପଡିଥିବାର ଦେଖିଲେ। ବ୍ୟାଗ୍ ଖୋଲିଲା ପରେ ସେ ବ୍ୟାଗ୍ ରେ ୨୦୦୦ ଟଙ୍କିଆ ନୋଟ୍ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ବ୍ୟାଗ୍ ଭିତରେ ସର୍ବୋ ମୋଟ୍ ୧୦ ଲକ୍ଷ ଟଙ୍କା ଥିବା ର ଜାଣିବା ପରେ ସେ ବ୍ୟାଗ୍ କୁ ଘରକୁ ନେବା ପରିବର୍ତ୍ତେ ନିଜ ସୋ ରୁମ୍ ମ୍ୟାନେଜର ଙ୍କୁ ପୁରା ଘଟଣା ଜଣାଇଥିଲେ।

ଏହା ପରେ ସେହି ବ୍ୟାଗ୍ ର ମାଲିକ ନ ମିଳିବା ପର୍ଯ୍ୟନ୍ତ ସୋ ରୁମ୍ ର ମାଲିକ ସେହି ବ୍ୟାଗ୍ କୁ ନିଜ ପାଖରେ ସାଇତି ରଖିଥିଲେ। ପରେ ପୋଲିସ ସିସିଟିଭି ଚେକ୍ କରି ସେହି ବ୍ୟାଗ୍ ର ପ୍ରକୃତ ମାଲିକ କୁ ଖୋଜି ସେହି ବ୍ୟାଗ୍ କୁ ତାଙ୍କୁ ହସ୍ତାନ୍ତର କରିଥିଲା।

ଏହି ଘଟଣା ପାଇଁ ପୋଡ଼ର୍ ଙ୍କ ସଚ୍ଚୋଟ ପଣିଆ ପାଇଁ ବ୍ୟାଗ୍ ର ମାଲିକ ପୋଡର ଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ।

Leave a Reply

Your email address will not be published. Required fields are marked *