ସତ୍ୟବାଦିରେ ନିଲୁ ଙ୍କୁ ଟିକେଟ୍ ନଦେବା ବିଜେଡି ପାଇଁ ମହଙ୍ଗା ପଡିବ ?ଉପକୂଳବର୍ତ୍ତୀ ୩ଟି ଆସନ ହରେଇ ପାରେ ବିଜେଡି !!!

ଓଡିଶା ରାଜନୀତି ରେ ସତ୍ୟବାଦୀ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରୁଥିବା ବେଳେ ଦୀର୍ଘ 20ବର୍ଷ ସରକାର ରେ ଥିବା ବିଜେଡି ଏଠାରେ ଦୁର୍ଗ ଭେଦ କରିପାରିନି I ଆଜି ପର୍ଯ୍ୟନ୍ତ ବିଜେଡି ଏଠାରେ ଖାତା ଖୋଲିବାକୁ ଅସମର୍ଥ ହେଇଚି I ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପ୍ରାୟତ 1957 ମସିହାରୁ କଂଗ୍ରେସ ର ଗଡ ହେଇଥିବା ବେଳେ 1977 ରେ ସ୍ଵାଧୀନଭାବେ ଚନ୍ଦ୍ରମାଧବ ମିଶ୍ର ,ଏବଂ 1990 ରେ ପୁନର୍ବାର ଜନତା ଦଳରୁ ଶ୍ରୀଯୁକ୍ତ ମିଶ୍ର ଏଠାରୁ ବିଜୟ ହାସଲ କରିଥିଲେ I1995 ରୁ 2004 ପର୍ଯ୍ୟନ୍ତ ପୁଣିଥରେ ପ୍ରସାଦ ହରିଚନ୍ଦନ ବିଜୟୀ ହେଇଥିବା ବେଳେ 2004 ରେ ସ୍ୱାଧୀନ ଭାବେ ରମା ରଞ୍ଜନ ବଳିୟାରସିଂ ବିଜୟୀ ହେଇଥିଲେ ଏବଂ ପୁନର୍ବାର 2009 ରେ ପ୍ରସାଦ ଜିତିଥିଲେ Iପରେ ବଳିୟାରସିଂ ବିଜେଡି ରୁ ମିଶି ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେଡି ର ଗୋଷ୍ଠୀ କନ୍ଦଳ ପାଇଁ ବିଜେଡି ଛାଡି ସ୍ଵାଧୀନଭାବେ ନିର୍ବାଚନ ଲଢ଼ିଥିଲେ ଉମା ସାମନ୍ତରାୟ I ଏବଂ ବିଜେଡି ପ୍ରାଥୀ ରମା ଙ୍କୁ ହରାଇ ସ୍ୱାଧୀନ ଭାବେ ଜିତିଥିଲେ ସାମନ୍ତରାୟ I ତେବେ ପରେ ଶ୍ରୀଯୁକ୍ତ ସାମନ୍ତରାୟ ବିଜେଡି ରେ ମିଶିଥିଲେ Iକିନ୍ତୁ ବିଜେଡି ରେ ତାଙ୍କୁ ତୀବ୍ର ବିରୋଧ ର ଶିକାର ହେବାକୁ ପଡିଥିଲା I ବାରମ୍ବାର ଅଭିଯୋଗ ଆସୁଥିଲା କି ସାମନ୍ତରାୟ ଦଳର ପୁରୁଖା କର୍ମୀଙ୍କୁ ଅବହେଳା କରୁଛନ୍ତି I ତେଣୁ ଦୁଇ ବ୍ଲକ ସଭାପତି ସାମନ୍ତରାୟ ଙ୍କୁ ବିରୋଧ କରି ଦଳ ଛାଡିବାକୁ ନିଷ୍ପତି ନେଉଥିବା ବେଳେ ଦଳର ମଙ୍ଗ ସମ୍ଭାଳିଥିଲେ ପୁରୀ ପୌର ସଂସ୍ଥା ର ନଗରପାଳ ଜୟନ୍ତ ଷଡ଼ଙ୍ଗୀ ଓରଫ ନିଲୁ I

ନିଲୁ ସତ୍ୟବାଦୀ ର ସନ୍ତାନ ହେଇଥିବାରୁ ଖୁବ ଶୀଘ୍ର ଦଳରେ ଗ୍ରହଣୀୟ ହେଇପାରିଥିଲେ I ଦଳୀୟ କର୍ମୀ ଚାହିଁଥିଲେ ସତ୍ୟବାଦୀ ରୁ ଜୟନ୍ତ ନିର୍ବାଚନ ଲଢନ୍ତୁ ବୋଲି I ଫଳରେ ଅଧିକାଂଶ ବୈଠକ ରେ ଜୟନ୍ତ ଙ୍କୁ ଦେଖିବାକୁ ମିଳିଥିଲା I ଉମାଙ୍କ ବାଟରେ ମୁଖ୍ୟ ପ୍ରତ୍ରିଦ୍ବନ୍ଦି ଜୟନ୍ତ I କିନ୍ତୁ ଜୟନ୍ତ ଙ୍କୁ ସମର୍ଥନ କରିବା ମହଙ୍ଗା ପଡିଛି ଦୁଇ ବ୍ଲକ ସଭାପତି ଙ୍କୁ I ଉଭୟ ବିଦା ହେଇ ନୂଆ ସଭାପତି ନିଯୁକ୍ତ ହେଇଛନ୍ତି I ଇତି ମଧ୍ୟରେ ବିଜେପି ରୁ ମଧ୍ୟ ରମା ଙ୍କୁ ପ୍ରାଥୀ କରାନଯାଇ ଓମ ଙ୍କୁ ପ୍ରାଥୀ କରାଯାଇଛି I ପୂର୍ବ ନିର୍ବାଚନ ରେ ଓମ ସ୍ୱାଧୀନ ଭାବେ ଲଢ଼ି 15068 ଭୋଟ ପାଇଥିବା ବେଳେ ରମା ବିଜେଡି ରୁ ଲଢ଼ି 46787 ଭୋଟ , ଉମା ସାମନ୍ତରାୟ 48319 ଭୋଟ ପାଇଥିଲେ I ଇତି ମଧ୍ୟରେ ଉମା ଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଥିବା ବେଳେ ଆଗାମୀ ଦିନରେ ଉମାଙ୍କୁ ବିଜେଡି ପ୍ରାଥୀ କଲେ ,ହୁଏତ ସ୍ୱାଧୀନ ଭାବରେ ଲଢ଼ିପାରନ୍ତି ଜୟନ୍ତ I ଯାହାର କି ପ୍ରଭାବ ସମ୍ପୂର୍ଣ୍ଣ ପୁରୀରେ ପଡିବ ,କାହିଁକିନା ପୁରୀରେ ଜୟନ୍ତ ନଗରପାଳ ଥିଲେ ଯେଉଁଥିପାଇଁ ପୁରୀ ଏବଂ ବ୍ରହ୍ମଗିରି ରେ ତାଙ୍କର ଭଲ ସଂଘଠନ ରହିଆସିଛି I ହୁଏତ ବିଜେଡି ଛାଡିଲେ ଏହି ସବୁ ଭୋଟ ଅନ୍ୟଦଳକୁ ଯିବା ସହିତ ବିଜେଡି କୁ ସମସ୍ୟା ସୃଷ୍ଟି ହେଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ସୂଚନା ଦେଇଥିବା ବେଳେ ବିଜେଡି ହାଇକମାଣ୍ଡ ଏହା ଉପରେ ତିକ୍ଷମ ନଜର ରଖିଛନ୍ତି I ଆଗକୁ ଜଣାପଡିବ ସତ୍ୟବାଦୀର ବାଜିଗର କିଏ ହେବେ ନିଲୁ ,ଉମା ନା ଓମ !!

Leave a Reply

Your email address will not be published. Required fields are marked *