ଓଡିଶା ପାଇଁ ଏକାଥରେ 100 ବିଧାୟକ ପ୍ରାଥୀଙ୍କ ନାମ ଘୋଷଣା କଲା ବିଜେପି ଜାଣନ୍ତୁ କିଏ କେଉଁଠୁ ଲଢ଼ିବେ

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି I ପ୍ରାଥୀ ଘୋଷଣା ନେଇ ବିଜେପି ର ବିଳମ୍ବ ହେବା ନେଇ ସବୁ ମହଲରୁ କଟାକ୍ଷ କରାଯାଉଥିଲା ତେବେ 10ଲୋକସଭା ପ୍ରାଥୀ ଙ୍କ ସହିତ ଏକାଥରେ 100 ବିଧାନସଭା ପ୍ରାଥୀଙ୍କ ନା ଘୋଷଣା କରି ସମସ୍ତଙ୍କ ପାଟି ଚୁପ କରାଇଦେଇଛି ବିଜେପି I ତେବେ ଚାଲନ୍ତୁ ଜାଣିବା କିଏ କେଉଁଠୁ ଲଢ଼ିବେ I

ଚର୍ଚିତ ଚେହେରା :ବ୍ରଜରାଜନଗର ପାଇଁ ଶ୍ରୀମତୀ ରାଧାରାଣୀ ପଣ୍ଡା, ସୁନ୍ଦରଗଡ଼ ପାଇଁ ବିଜେଡି ଛାଡି ବିଜେପି ରେ ସାମିଲ ହେଇଥିବା ଶ୍ରୀମତୀ କୁସୁମ ଟେଟେ, ସମ୍ୱଲପୁର ପାଇଁ ଜୟନାରାୟଣ ମିଶ୍ର,

ବିଞ୍ଝାରପୁର ପାଇଁ କଂଗ୍ରେସ ଛାଡି ଆସିଥିବା ବବିତା ମଲ୍ଲିକ,ଢେଙ୍କାନାଳ ପାଇଁ କୃଷ୍ଣଚନ୍ଦ୍ର ପାତ୍ର, ପାଟଣାଗଡ ପାଇଁ ପୁନର୍ବାର କନକ ବର୍ଦ୍ଧନ ସିଂଦେଓ, ବାରବାଟୀ କଟକ ପାଇଁ ସମୀର ଦେ,

ସାଲେପୁର ପାଇଁ କଂଗ୍ରେସ ଛାଡି ଆସିଥିବା ପ୍ରକାଶ ବେହେରା, ବାଲିକୁଦା ଏରସମା ପାଇଁ ବିଜେଡି ଛାଡି ବିଜେପି ର ପ୍ରଚାର ଦାୟିତ୍ୱ ଧରିଥିବା ଦାମୋଦର ରାଉତ,ନିମାପଡା ପାଇଁ ବିଜେପି ର ନାରୀ ନେତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ଆସନ ପାଇଁ ଲୁଲୁ ଭାଇ ଙ୍କ ବଡଭାଇ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସତ୍ୟବାଦୀ ବିଧାନସଭା ପାଇଁ ଓମ୍‌ପ୍ରକାଶ ମିଶ୍ର,

ଏକାମ୍ର ଭୁବନେଶ୍ବର ପାଇଁ ଚିଲିକା ନିର୍ବାଚନ ମଣ୍ଡଳୀ ପାଇଁ ପୃଥ୍ବୀରାଜ ହରିଚନ୍ଦନ, ରଣପୁର ବିଧାନସଭା ପାଇଁ ଶ୍ରୀମତୀ ସୁରମା ପାଢୀ, ନୟାଗଡ ଆସନ ପାଇଁ ଇରାନୀ ରାୟ,ପାରଳାଖେମୁଣ୍ଡି ପାଇଁ ବିଜେଡି ଛାଡି ବିଜେପି ରେ ସାମିଲ ହେଇଥିବା କେ.ନାରାୟଣ ରାଓ ଙ୍କୁ ଟିକେଟ ମିଳିଛି I

Leave a Reply

Your email address will not be published. Required fields are marked *