କାହିଁକି ପାଳନ ହୁଏ ହୋଲି ?? ଜାଣନ୍ତୁ ହୋଲି ବିଷୟରେ

ହୋଲିପର୍ବକୁ ରଙ୍ଗର ପର୍ବ ମଧ୍ୟ କୁହାଯାଏ I ବହୁତ ବର୍ଷ ପୂବରୁ ହିରଣ୍ୟ କସପ ନାମକ ଏକ କଠୋର ରାଜା ଥିଲେ I ସେ ଭଗବାନ ବିଷ୍ଣୁଙ୍କଠାରୁ ତାଙ୍କ ସାନଭାଇର ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଥିଲେ I ସେ କିଛି ବର୍ଷ ତପସ୍ୟା କରି ଅଧିକ ଶକ୍ତି ଲାଭ କଲେ I

ଏହା ପରେ ସେ ନିଜକୁ ଭଗବାନଙ୍କ ସହିତ ତୁଳନା କରି ରାଜ୍ୟବାସୀଙ୍କୁ କହିଲେ ତାଙ୍କୁ ଭଗବାନ ଭଳି ପୂଜା କରିବାକୁ I ସେ ରାଜାଙ୍କର ଛୋଟ ପୁଅ ମଧ୍ୟ ଥିଲା ଯାହାର ନାମ ଥିଲା ପ୍ରହ୍ଲାଦ I ସେ ଭଗବାନ ବିଷ୍ଣୁଙ୍କର ଜଣେ ଭକ୍ତ ଥିଲା I ସେ ପିତାଙ୍କ କୌଣସି କଥାକୁ ନମାନି ସେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲେ I

ରାଜା ସେଠାରେ କଠୋର ଶାସନ କରୁଥିଲେ ଆଉ ସେ ମଧ୍ୟ ତାଙ୍କ ପୁଅକୁ ମାରିବାକୁ ଚାହିଁଲେ I ରାଜା ତାଙ୍କ ଭଉଣୀ ହୋଲିକାକୂ କହିଲେ ତାଙ୍କ ପୁଅକୁ ଧରି ନିଆଁରେ ବସିବାକୁ ହୋଲିକା ଭିତରେ ନିଆଁରେ ନପୋଡିହେବାର ଶକ୍ତି ରହିଥିଲା I ସେଥିପାଇଁ ସେ ପ୍ରହ୍ଲାଦକୁ ମାରିବାକୁ ରାଜି ହୋଇଗଲା I ତାପରେ ହୋଲିକା ପ୍ରହ୍ଲାଦକୁ କୋଳରେ ଧରି ବସିପଡିଲା ସେତେବେଳ ପ୍ରହ୍ଲାଦ ବିଷ୍ଣୁଙ୍କ ନାଁ ଜପ କରୁଥିଲେ I ସମସ୍ତେ ଅନେଇଥିଲେ ପ୍ରହ୍ଲାଦ କିପରି ପୋଡିହେବେ କିନ୍ତୁ ଏହାର ଓଲଟା ହୋଇଥିଲା ଭଗବାନ ବିଷ୍ଣୁଙ୍କ ଯୋଗୁ ପ୍ରହ୍ଲାଦଙ୍କର କିଛି ହେଲାନାହିଁ କିନ୍ତୁ ହୋଲିକା ନିଆଁରେ ପୋଡିହେଇଗଲେ

I ରାଜା ଆହୁରି ରାଗିଯାଇ ପୁଣି ଥରେ ମାରିବାକୁ ଚେଷ୍ଟା କଲା ବେଳେ ଭଗବାନ ବିଷ୍ଣୁ ନୃସିଙ୍ଗ ରୂପ ଧାରଣ କରି ରାଜାର ବଧ କରିଥିଲେ I କୁହନ୍ତି ଅସୁରୁଣୀ ହୋଲିକା ର ମୃତ୍ୟୁ ସହିତ ହୋଲି ପାଳନ କରିବାର ସମ୍ପର୍କ ରହିଛି କାହିଁକିନା କେତେକ ରାଜ୍ୟରେ ହୋଲିର ପୂର୍ବ ଦିନ ନିଆଁ ଜଳାଇ ହିରଣ୍ୟ ଓ ହୋଲିକାର ମୃତ୍ୟୁକୁ ମନେପକାନ୍ତି I କିନ୍ତୁ ହୋଲିରେ ରଙ୍ଗକୁ କାହିଁକି ବ୍ୟବହାର କରାଯାଏ : ଭଗବାନ ଶ୍ରୀକୃଷ୍ଣ ଯେକି ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ ଏହା କୁହଂତିକି ଭଗବାନ ଶ୍ରୀକୃଷ୍ଣ ହୋଲି ଖେଳିବା ସମୟରେ ରଙ୍ଗ ବ୍ୟବହାର କରୁଥିଲେ I

ସେ ସାଙ୍ଗ ମାନଙ୍କ ସହିତ ଗୋକୁଳ ଓ଼ବୃନ୍ଦାବନରେ ହୋଲି ଖେଳୁଥିଲେ I ସେଥିପାଇଁ ଏବେ ମଧ୍ୟ ବୃନ୍ଦାବନରେ ଖୁସିର ସହିତ ହୋଲି ପାଳନ କରାଯାଏ I ହୋଲି ହେଉଛି ଶୀତ ଋତୁକୁ ବିଦାୟ ଦେଇ ବସନ୍ତ ଋତୁକୁ ସ୍ୱାଗତ ଜଣାଏ I ଏହାକୁ ଖୁସି ଆଉ ଆନନ୍ଦର ପର୍ବ ବୋଲି କୁହାଯାଏ I ହୋଲିକୁ ବସନ୍ତ ମାହୋସ୍ଛବ ଓ କାମମହୋସ୍ଛବ ବୋଲି ଜଣାଯାଏ

Leave a Reply

Your email address will not be published. Required fields are marked *