ବିଜେଡି ଛାଡି ବିଜେପି ମିଶିଥିବା ନେତାଙ୍କୁ ଟିକେଟ ଗ୍ରହଣ କରିପାରୁନାହାନ୍ତି ବିଜେପି କର୍ମୀ , ନେତାଙ୍କ ଘର ସାମ୍ନାରେ ଆନ୍ଦୋଳନ

ଏବେ ଚାଲିଛି ଦଳ ଡିଆଁ ପର୍ବ I ବିଜେଡି ଛାଡି ନେତାମାନେ ଏବେ ବିଜେପି ମୁଁହା Iଅଧିକାଂଶ ଅସନ୍ତୁଷ୍ଟ ନେତା ବିଜେପି ରେ ସାମିଲ ହେଇସାରିଲେଣି I ସେହିକ୍ରମରେ ଭୁବନେଶ୍ୱର ର ଅସନ୍ତୁଷ୍ଟ ଯୁବନେତା ବାବୁ ସିଂ କିଛିଦିନ ତଳେ ନିଜର ସମର୍ଥକ ମାନଙ୍କ ସହିତ ବିଜେପି ରେ ସାମିଲ ହେଇଥିଲେ ଏବଂ ଗତକାଲି ତାଙ୍କୁ ଟିକେଟ ମିଳିଛି I ଏହାକୁ ନେଇ କର୍ମୀ ମାନେ ପ୍ରବଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି I ପୁରୁଖା ବିଜେପି ନେତା ଅମୀୟ ଦାଶ ପ୍ରମୁଖ ଦାବିଦାର ଥିବାବେଳେ ବିଜେଡି ରୁ ଆସି ବାବୁ ସିଂ `ଟିକେଟ ନେବା ସହଜରେ ଗ୍ରହଣ କରିପାରିନାହାନ୍ତି କର୍ମୀ Iଗତକାଲି ରାତିରେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତିଙ୍କ ଘର ସାମ୍ନା ରେ କର୍ମୀ ମାନେ ଆନ୍ଦୋଳନ ରେ ବସିବା ସହିତ ନାରାବାଜି କରିଛନ୍ତି I

Leave a Reply

Your email address will not be published. Required fields are marked *