ପୁରୀରେ ବୋମା ଫୁଟୁଛି ,ବ୍ରହ୍ମ ବିଭ୍ରାଟ ହେଉଛି , ଏସବୁର ପରିବର୍ତନ ହେବା ଦରକାର :ସମ୍ବିତ

ପୁରୀରୁ ମୋଦି ଲଢ଼ିବେ ଏ ଚର୍ଚାର ଅନ୍ତ ଘଟାଇ ଓଡ଼ିଶାର ପୁଅ ସମ୍ବିତ ପାତ୍ର ଯିଏକି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି ତାଙ୍କୁ ଲଢ଼ିବାକୁ ଘୋଷଣା କରାଯାଇଛି I ଅପରପକ୍ଷରେ ପୁରୀରୁ ଲଢ଼ିବାକୁ ଯାଉଛନ୍ତି ବିଜେଡି ର ଟାଣୁଆ ନେତା ପିନାକୀ ମିଶ୍ର I ପିନାକୀ ଙ୍କ ବିପକ୍ଷରେ ସମ୍ବିତ ସମ୍ପୂର୍ଣ୍ଣ ନୂଆ ତେବେ ସମ୍ବିତ କହିଛନ୍ତି ଯେ ତାଙ୍କୁ ଜଗା ଡାକିଛି ପୁରୀରୁ ନିର୍ବାଚନ ଲଢ଼ିବାକୁ Iପୁରୀରେ କୌଣସି ଆଖିଦୃଶିଆ କାମ ହେଇନି I ଦିନକ ପାଇଁ ମାନ୍ୟବର ସାଂସଦ ପୁରୀ କଥା ଦିଲ୍ଲୀରେ ଉଠାଇନାହାନ୍ତି I ପୁରୀ ରେ ବୋମା ଫୁଟୁଛି,ବ୍ରହ୍ମ ବିଭ୍ରାଟ ହେଉଛି I

ସମସ୍ୟା ଘେର ରେ ବୁଡିରହିଛି ପୁରୀ I ସାମାନ୍ୟ ବର୍ଷାରେ ନର୍ଦ୍ଧମା ପାଣିରେ ପୁରୀ ବୁଡ଼ିଯାଉଛି ,ତେଣୁ ଏସବୁର ପରିବର୍ତନ ନିହାତି ହେବା ଦରକାର I ସେଥିପାଇଁ ଜଗା ତାଙ୍କୁ ଡାକିଛନ୍ତି I ପୁରୀରେ ଏଥର ପଦ୍ମ ନିହାତି ଫୁଟିବ I ଜଗା ଚରଣରେ ପଦ୍ମ ଫୁଲ ଲାଗି ହେବ I

Leave a Reply

Your email address will not be published. Required fields are marked *