ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ ବଡ ଝିଅ ବିଜେଡ଼ିରୁ ସାନ ଝିଅ କଂଗ୍ରେସରୁ ନିର୍ବାଚନ ଲଢ଼ିବେ I

କୁହାଯାଏ ରାଜନୀତି ରେ ସବୁ ସମ୍ଭବ I ଗୋଟିଏ ପରିବାରରୁ ସଦସ୍ୟ ମାନେ ଭିର୍ଣ୍ଣ ଭିର୍ଣ୍ଣ ଦଳରେ ରହିପାରନ୍ତି I ଓଡ଼ିଶାରେ ମଧ୍ୟ ଏପରି ଅନେକ ପ୍ରାଥୀ ଅଛନ୍ତି I ନିକଟରେ ପ୍ରଶାନ୍ତ ନନ୍ଦ ବିଜେଡି ରେ ଥିବାବେଳେ ତାଙ୍କ ପୁଅ ବିଜେପି ରେ ଯୋଗ ଦେଇଛନ୍ତି ସେହିପରି ଦାମ ବିଜେପି କୁ ଯାଇଥିବା ବେଳେ ତାଙ୍କ ପୁଅ ବିଜେଡି ରେ ଅଛନ୍ତି I ତେବେ ସାମ୍ନାକୁ ଆସିଛି ଆଃ`ଜଣେ ହେଭିୱେଟ ନେତାଙ୍କ ପରିବାର I ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଙ୍କ ବଡ ଝିଅ ସୁନିତା ବିଶ୍ୱାଳ ନିକଟରେ କଂଗ୍ରେସ ଛାଡି ବିଜେଡି ରେ ଯୋଗ ଦେଇଥିବା ବେଳେ ତାଙ୍କୁ ସୁନ୍ଦରଗଡ ପାଇଁ ଲୋକସଭା ପ୍ରାଥୀ କରାଯାଇଛି I

ସେହିପରି ସାନ ଝିଅ ଅମିତା ବିଶ୍ୱାଳ କଂଗ୍ରେସ ରେ ରହିଥିଲେ କୌଣସି ଦଳକୁ ଯାଇନଥିଲେ I ଦଳ ପକ୍ଷରୁ ତାଙ୍କୁ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ମନୋନୀତ କରାଯାଇ ଟିକେଟ ଦିଆଯାଇଛି I I ବଡ ଭଉଣୀ ବିଜେଡି ତରଫରୁ ଲୋକସଭା ଲଢ଼ୁଥିବା ବେଳେ ସାନ ଭଉଣୀ ସୁନ୍ଦରଗଡ ରୁ ବିଧାନସଭା ପାଇଁ ଲଢ଼ିବେ I ଏହି ଘଟଣା ଏବେ ସୁନ୍ଦରଗଡ ରେ ଜୋରଦାର ଚର୍ଚ୍ଚା ଧରିଛି I

Leave a Reply

Your email address will not be published. Required fields are marked *