ଆଜି ଅପରାହ୍ନ ରେ କାଳ ବୈଶାଖୀ ସମ୍ଭାବନା

ରବିବାର ଠାରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଅଧିକାଂଶ ସ୍ଥାନ ରେ ପାରଦ ୩୮ ଡିଗ୍ରୀ ଛୁଇଁବ। ଦକ୍ଷିଣ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ର କେତେକ ସ୍ଥାନ ରେ ପାରଦ ୪୦ ଡିଗ୍ରୀ ଛୁଇଁ ପାରେ। ଦକ୍ଷିଣ ପଶ୍ଚିମ ଦିଗରୁ ତତଲା ପବନ ବହିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ଭଳି ପାଗ ରହିବା ବୋଲି ପୂର୍ବାନୁମାନ କରାଯାଇଛି।

ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଜାରି ହୋଇଯାଇଛି ଏବଂ ଆଗକୁ ଏହା ଆହୁରି ବୃଦ୍ଧି ମଧ୍ୟ ପାଇବ। ମାଲକାନଗିରି ରେ ଗତ କିଛିଦିନ ହେବ ପାରଦ ୪୦ ଡିଗ୍ରୀ ଛୁଇଁଛି। ଏହିଭଳି ସ୍ଥିତି ଦେଖି ରାଜ୍ୟ ସରକାର ଖରା ର ମୁକାବିଲା କରିବା ପାଇଁ ବିଭିନ୍ନ ରାଜ୍ୟ କୁ ଗାଇଡ ଲାଇନ ଜାରି କରିଛନ୍ତି। ଏହି କାରଣ ରୁ ଏପ୍ରିଲ୍ ୨ ତାରିଖ ରୁ ସଖଳୁଆ ସ୍କୁଲ୍ ରହିବା ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଘୋଷଣା କରିଛନ୍ତି।

ପାଣିପାଗ କେନ୍ଦ୍ର ରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଜ୍ୟ ର ସର୍ବାଧିକ ତାପମାତ୍ରା ମାଲକାନଗିରି ରେ ରେକର୍ଡ କରାଯାଇଛି। ସେଠାରେ ପାରଦ ୪୦ ଡିଗ୍ରୀ ଛୁଇଁଛି। ଏବଂ ଅନ୍ୟାନ୍ୟ ସ୍ଥାନରେ ପରଦା ୩୮ ଡିଗ୍ରୀ ରହିଛି। ଏବଂ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପାରଦ ଆହୁରି ବଢିବ ବୋଲି ପାଣିପାଗ କେନ୍ଦ୍ର ରୁ ପ୍ରକାଶ ପାଇଛି।

ଭୁବନେଶ୍ୱର ପନିପାଗ କେନ୍ଦ୍ର ସୂଚନା ଅନୁଯାୟୀ ରାଜ୍ୟ ରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରୀ ପାଖାପାଖି ପହିବ। ଏହା ପ୍ରଭାବ ରେ ଅପରାହ୍ନ ରେ ଗରମ ଅନୁଭୂତ ହେବ ଓ ଅପରାହ୍ନ ରେ କାଳ ବୈଶାଖୀ ଜନିତ ବର୍ଷା ହେବ। ଆସନ୍ତା ୨୪,୨୬,୨୮ ତାରିଖ ରେ ସୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ଵର ଆଦି ସ୍ଥାନ ରେ କାଳ ବୈଶାଖୀ ଜନିତ ବର୍ଷ ହେବାର ସମ୍ଭାବନା ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ କଳା ବୈଶାଖୀ ପ୍ରଭାବରେ ଚାନ୍ଦବାଲି ରେ ୮.୭ ମିମି, ବାଲେଶ୍ଵର ରେ ୦.୫ ମୀମି, ଝାରସୁଗୁଡ଼ା ରେ ୧.୧ ମିମି, କେନ୍ଦୁଝର ରେ ୩.୨ ମିମି, ଓ ହୀରାକୁଦ ରେ ୦.୧ ମିମି ବର୍ଷ ରେକର୍ଡ ହୋଇଛି। ସେହିପରି ଆଜି ଭୁବନେଶ୍ୱର ରେ ୩୭.୭ ଡିଗ୍ରୀ, କଟକ ରେ ୩୭.୨ ଡିଗ୍ରୀ, ତାଳଚେର ରେ ୩୭.୩ ଡିଗ୍ରୀ, ଟିଟିଲାଗଡ଼ ରେ ୩୬.୫ ଡିଗ୍ରୀ,ସମ୍ବଲପୁରରେ ୩୫.୫ ଡିଗ୍ରୀ, ହୀରାକୁଦ ରେ ୩୬.୧ ଡିଗ୍ରୀ, ବାଲେଶ୍ଵର ରେ ୩୫.୮ ଗିଗ୍ରି ଓ ଚାନ୍ଦବାଲି ରେ ୩୬.୭ ଡିଗ୍ରୀ ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *