ବିଜେପି ଛାଡିଲେ ଉପସଭାପତି ରାଜକିଶୋର,ବିଜେଡି ରେ ମିଶିବା ନେଇ ଚର୍ଚା !

ପ୍ରାଥୀ ଘୋଷଣା ପରେ ଦିନକୁ ଦିନ ବିଜେପି ର ଅସନ୍ତୋଷ ଲାଗି ରହିଛି I ଅଧିକାଂଶ ଅଞ୍ଚଳରେ ପାର୍ଟି ଅଫିସ ରେ ତାଲା ମଧ୍ୟ ପଡିବା ସହିତ ଧର୍ମେନ୍ଦ୍ର ଙ୍କ ପୋଷ୍ଟର ଚିରା ଏବଂ ପୋଡା ଜଳା କରାଯାଇଛି I ତେବେ ଦଳର ଅସନ୍ତୋଷ ଏତେ ତୀବ୍ର ହେଲାଣି ଯେ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ ଗତକାଲି ଦଳ ଛାଡିଛନ୍ତି I ବିଜେପି ର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ରାଜ୍ୟ ସଭାପତି ଙ୍କ ନିକଟକୁ ପଠାଇଛନ୍ତି I ସୂଚନା ଅନୁଯାଇ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସେ ଆଶାୟୀ ଥିବାବେଳେ ତାଙ୍କୁ ନିରାଶ ହେବାକୁ ପଡିଛି I ତେବେ ଚର୍ଚ୍ଚା ଚାଲିଛି ଯେ ସେ ବିଜେଡି ରେ ଯୋଗ ଦେବେ ଯଦିଓ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଶ୍ରୀଯୁକ୍ତ ଦାସ I

Leave a Reply

Your email address will not be published. Required fields are marked *