ଆଜିକାଲି କାହିଁକି ମଗାଯାଉଛି କ୍ୟାନସଲ୍ଡ ଚେକ୍

ଅନଲାଇନ ଟ୍ରାନଜାକ୍ସନ ଜମାନା ରେ ଏବେ ଚେକ୍ ର ବ୍ୟବହାର ନିତାନ୍ତ ଜରୁରୀ ହୋଇପଡିଛି। ଅଧିକାଂଶ କାମ ଯେପରି କି ଇନସୁରାନସ, ମ୍ୟୁଚୁଆଲ୍ ଫଣ୍ଡ ଏବଂ ଅନ୍ୟାନ୍ୟ କାମ ପାଇଁ ଚେକ୍ ମଗାଯାଏ। କିନ୍ତୁ ଖୁବ୍ କମ୍ ଲୋକ ଜାଣିଛନ୍ତି ଯେ କିପରି ଲେଖିବା ଦ୍ବାରା ଚେକ୍ କ୍ୟଂଶଲ୍ ହୋଇଯାଏ। ଏହା ସହିତ ଏହାର ଆବଶ୍ୟକତା କାହିଁକି ଅଧିକ ?

ବ୍ୟାଙ୍କର୍ଷ ଙ୍କ କହିବା ଅନୁସାରେ ଯେ କୌଣସି ବ୍ୟାଙ୍କ୍ ରେ ନିଜ ଆକାଉଣ୍ଟ୍ ଅଛି ବୋଲି ପ୍ରମାଣ କରିବା ପାଇଁ ମଧ୍ୟ ଚେକ୍ ର ବ୍ୟବହାର କରାଯାଇଥାଏ। ଏଥି ପାଇଁ ଚେକ୍ ର ଦେବା ନେବା ସହଜ ଉପାୟରେ କରାଯାଇନଥାଏ। ଚେକ୍ କୁ ଏକ ଖାସ୍ ଉପାୟରେ କ୍ୟଂସଲ୍ଡ ଚେକ୍ ଭାବରେ ପ୍ରୟୋଗ କରାଯାଇଥାଏ।

କ୍ୟାନସଲ୍ଡ ଚେକ୍ ର ଅର୍ଥ ଆପଣ ଯେଉଁ ଚେକ୍ ଦେଇଛନ୍ତି ସେଥିରେ ଆପଣଙ୍କ ଆକାଉଣ୍ଟ୍ ରହିଛି। ଏଥିରେ ଖାତା ଧାରକ ର ନାଆଁ, ବ୍ରାଞ୍ଚ ର ନାଁ, ଠିକଣା, ଖାତା ସଂଖ୍ୟା ଇତ୍ୟାଦି ରହିଥାଏ। ଯେତେବେଳେ ଚେକ୍ ରେ ଦୁଇଟି ସମାନ୍ତର ରେଖା ଟଣା ହୋଇଥାଏ ଓ ସେଥିରେ କ୍ୟାନସଲଡ୍ ଲେଖା ହୋଇଥାଏ ସେତେବେଳେ ସେହି ଚେକ୍ ରେ ତାଙ୍କ ଉଠା ଯାଇ ପାରିବ ନହିଁ। କ୍ୟାଂସଲ୍ଡ ଚେକ୍ ରେ ଦସ୍ତଖତ କରିବା ଆବଶ୍ୟକ ନାହିଁ।

ଏହା ସହିତ ଚେକ୍ କୁ କ୍ୟନସଲ୍ଡ କରିବା ପାଇଁ କଳା ଓ ନୀଳ ସ୍ୟାହି ର ବ୍ୟବହାର କରିବା ଉଚିତ୍। ଯେତେବେଳେ ଆପଣ ହୋମ୍ ଲୋନ, କାର୍ ଲୋନ୍ ଏବଂ ପର୍ଶନାଲ୍ ଲୋନ ନେବେ ସେତେବେଳେ କ୍ୟଂସଲେଡ୍ ଚେକ୍ ମାଗାଯାଏ।

କ୍ୟାଂଶଲ୍ଡ ଚେକ୍ ଦ୍ବାରା ଏହା ପ୍ରମାଣିତ ହୋଇଥାଏ ଯେ ଫର୍ମ ରେ ପୂରଣ ହୋଇଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ଆପଣଙ୍କର। ମ୍ୟୁଚୁଆଲ ଫଣ୍ଡ ରେ ଜମା କରିବା ବେଳେ କମ୍ପାନୀ ମଧ୍ୟ କ୍ୟନସଲଡ୍ ଚେକ୍ ମଗିଥାଏ।

Leave a Reply

Your email address will not be published. Required fields are marked *