ଦିବ୍ୟାଙ୍ଗ ଭିକ୍ଷା ମାଗି ମାସକୁ ରୋଜଗାର କରୁଛନ୍ତି 45ହଜାର ,ତିନିଜଣ ସ୍ତ୍ରୀ ଙ୍କୁ ନେଇ ପରିବାର

ସାଧାରଣତଃ କୌଣସି କର୍ମ ନପାଇ ଶେଷରେ ବାଧ୍ୟ ହେଇ ଭିକ୍ଷା ମାଗିଥାନ୍ତି କିଛି ଗରିବ ଲୋକ I ଏପରିକି ଶାରୀରିକ ଅକର୍ମଣ୍ୟ ମାନେ ମଧ୍ୟ ଭିକ୍ଷା ବୃତି କୁ ପେଶା କରିନେଇଥାନ୍ତି ନିଜର ପେଟ ପୋଷିବାକୁ I ଦୟା କରି କିଏ ଭିକ୍ଷା ଦେଲେ ସେଥିରେ ହିଁ ତାଙ୍କ ପେଟ ଭରିଥାଏ , ଜୀବନ ବିତିଥାଏ I କିନ୍ତୁ ଆଜିକାଲି ସମାଜ ବଦଳିଛି ,ନିଜବେଶ ବଦଳାଇ ଭିକ୍ଷା ମାଗୁଛନ୍ତି କିଛି ଅଳସୁଆ I କାହିଁକିନା ଏହା ସବୁଠାରୁ ସହଜ ଏବଂ ସରଳ କାମ I ତେବେ ଭିକାରି ଙ୍କୁ ନେଇ ସାମ୍ନାକୁ ଆସିଛି ଏମିତି ଏକ ଖବର ଯାହା ସମସ୍ତଙ୍କୁ ଚକିତ କରିଦେବ I

ଜଣେ ଭିକାରୀଙ୍କର ମାସକୁ ଆୟ 30ହଜାର ରୁ ଉର୍ଧ I ଏବଂ ତାଙ୍କର ତିନୋଟି ସ୍ତ୍ରୀ ଅଛନ୍ତି I ହଁ ଆଜ୍ଞା ଏପରି ଘଟଣା ହେଉଛି ଝାଡ଼ଖଣ୍ଡ ରେ I ଚକ୍ରଧରପୁର ରେଳ ଷ୍ଟେଶନରେ ଜୈନିକ ଛୋଟୁ ବୈରକ ଭିକ୍ଷା ମାଗନ୍ତି I ପିଲାଟି ଦିନରୁ ଅଣ୍ଟାଠାରୁ ତଳକୁ କାମ କରିନଥାଏ ,ତେଣୁ ବାଧ୍ୟ ହେଇ ଦିବ୍ୟାଙ୍ଗ ଅବସ୍ଥାରେ ନିଜ ପେଟ ପୋଷିବାକୁ ଭିକ୍ଷାର ସାହାରା ନେଇଥିଲେ ସେ I

ତେବେ ଏବେ ତାଙ୍କ ଭାଗ୍ୟ ବଦଳିଯାଇଛି I ଦିନକୁ ଅତି କମରେ ତାଙ୍କୁ 12/15ଶହ ମିଳିଯାଉଛି ଭିକ୍ଷା ବୃତ୍ତିରୁ I ପାଖାପାଖି 30/45ହଜାର ରୋଜଗାର କରୁଛନ୍ତି ସେ ମାସିକ I ଯାହା କି ଜଣେ ସରକାରୀ କିମ୍ବା ବେସରକାରୀ ଅଫିସର ଠାରୁ ଅଧିକ I ୟା ମଧ୍ୟରେ ଅଧିକ ଅର୍ଥ ରୋଜଗାର ହେବାରୁ ସେ ନିଜର ଏକ ବାସନକୁସନ ଦୋକାନ ଖୋଲିଛନ୍ତି I

ଯାହାକୁ ତାଙ୍କ ସ୍ତ୍ରୀ ବୁଝୁଛନ୍ତି I ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ଛୋଟୁଙ୍କର ଜଣ ୩ ସ୍ତ୍ରୀ ଅଛନ୍ତି।

Leave a Reply

Your email address will not be published. Required fields are marked *