ଧର୍ମେନ୍ଦ୍ର ଙ୍କୁ ବିଜେପୁର ରେ ଲଢ଼ିବାକୁ ଆହ୍ୱାନ ଦେବା ପଡିଲା ମହଙ୍ଗା , କଟିଗଲା ଲୋକପ୍ରିୟ ନେତା ଙ୍କ ଟିକେଟ

ସୁବାସ ଚୌହାନ ବରଗଡ଼ ରେ ପରିଚିତ ନାମଟିଏ I ଗତଥର ବରଗଡ଼ ଲୋକସଭା ଆସନ ପାଇଁ ଲଢେଇ କରି ମାତ୍ର 11ହଜାର ଭୋଟ ବ୍ୟବଧାନ ହାରିଥିଲେ ବିଜେପି ପ୍ରାଥୀ I ତେବେ ପୂର୍ବଥର ଭୁଲ ସୁଧାରିବାକୁ ଦୀର୍ଘ 5ବର୍ଷ ଧରି ବରଗଡ଼ ର ସବୁ ଅଞ୍ଚଳ କୁ ବୁଲୁଥିଲେ ଶ୍ରୀଯୁକ୍ତ ଚୌହାନ I ପୂର୍ବଥର ଯେଉଁ ଭୁଲ କରିଥିଲେ ତାକୁ ସୁଧାରିବାକୁ ଜୋରଦାର ପ୍ରୟାସ କରିଥିଲେ I କିନ୍ତୁ ଶେଷ ମୁହୂର୍ତ ରେ ଟିକେଟ ପାଇନଥିଲେ ସୁବାସ I ତାଙ୍କ ବଦଳରେ ଟିକେଟ ପାଇଥିଲେ ସୁରେଶ ପୂଜାରୀ I ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ଧର୍ମେନ୍ଦ୍ର ଙ୍କ ବିରୁଧରେ ବର୍ଷିଥିଲେ କର୍ମୀ I ଟେ ୟା ମଧ୍ୟରେ ସୋସିଆଲ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସୁବାସ I

ଲେଖିଛନ୍ତି ଯେ’ ସେ ଧର୍ମେନ୍ଦ୍ର ଙ୍କୁ ବିଜେପୁର ରେ ନବୀନ ଙ୍କ ବିପକ୍ଷରେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ଯେହେତୁ ସେ ଦଳର ମୁଖିଆ ,କିନ୍ତୁ ସେହି ରାଗରେ ତାଙ୍କ ଟିକେଟ କଟା ଯାଇଛି I ଅପରପକ୍ଷରେ ତାଙ୍କ ସମର୍ଥକ ମାନେ ନବୀନ ନିବାସ ରେ ଡେରା ପକାଇଥିବାର ଖବର ମିଳିଛି ,ତେଣୁ ଚର୍ଚ୍ଚା ଚାଲିଛି କି ଖୁବ ଶୀଘ୍ର ବିଜେଡି ରେ ମିଶି ପାରନ୍ତି ସୁବାସ I

ତେବେ ଗୋଟିଏ କଥା କହିହେବକି ଧର୍ମେନ୍ଦ୍ର ଙ୍କ ବିପକ୍ଷରେ ପ୍ରବଳ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ,ଧର୍ମେନ୍ଦ୍ର ଙ୍କ ବଦଳରେ ବୈଜୟନ୍ତ କିମ୍ବା ଅପରାଜିତା ଙ୍କୁ ନେତୃତ୍ୱ ଦେବା କୁ ସବୁ ମହଲରେ ଆଲୋଚନା ହେଉଛି I

Leave a Reply

Your email address will not be published. Required fields are marked *