ସତ ହେଲା ଦାମ ଙ୍କ କଥା ,ବିଷ୍ଣୁ ଦାସ ଙ୍କ ସପକ୍ଷରେ ବାହାରିଥିବା ରାଜଶ୍ରୀ ଙ୍କ ଚେର କାଟିଲେଣି ବିଷ୍ଣୁ

ପୁଣି ଆରମ୍ଭ ହେଇଚି ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମଲ୍ଲିକ ଙ୍କ ତୁ ତୁ ମେଁ ମେଁ Iଏକଦା ଦାମ ବାବୁଙ୍କ ବିରୁଧରେ ବିଷ୍ଣୁ ଦାସ ଙ୍କ ସମର୍ଥନ ରେ ତିର୍ତୋଲ ବିଧାୟିକା ରାଜଶ୍ରୀ ନବୀନ ଙ୍କ ବିରୁଧରେ ଫେରାଦ ହେଇଥିଲେ I ଜବାବ ରେ ଦାମ କହିଥିଲେ କି ସେହି ବିଷ୍ଣୁ ଦାସ ରାଜଶ୍ରୀ ଙ୍କ ଟିକେଟ କାଟିଥିଲେ ଏବଂ ସେହିଁ ତାଙ୍କୁ ସମର୍ଥନ କରିଥିଲେ ଆଜି ବିଷ୍ଣୁ ଦାସ ଙ୍କ କଥାରେ ତାଙ୍କ ବିରୁଧରେ ଯାଉଛନ୍ତି ଭବିଷ୍ୟତରେ ବହୁତ ପସ୍ତେଇବେ I

ଏକଥାକୁ ସେତେବେଳେ କେହି ଗୁରୁତ୍ୱ ଦେଇନଥିଲେ ଆଜି କିନ୍ତୁ ସତ ହେଇଚି I ବିଷ୍ଣୁ ଦାସ ଏବଂ ରାଜଶ୍ରୀ ମୁଂହାମୁହିଁ ହେଇଛନ୍ତି I ଏଥରକ ବିଷ୍ଣୁ ଦାସ ଆଉ ଗତସିଂହପୁର ରୁ ଲଢ଼ିବାକୁ ଚାଁହୁନାହାନ୍ତି I ରାଜଶ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲରୁ ବିଷ୍ଣୁ ଦାସ ଲଢିବାକୁ ଚାହୁଁଛନ୍ତି । ଯାହାକୁ ନେଇ ରାଜଶ୍ରୀ ବିଷ୍ଣୁ ଦାସ ଙ୍କ ଉପରେ ବର୍ଷିଛନ୍ତି I

କହିଛନ୍ତି ଯେ ତାଙ୍କ ପାଇଁ ପୁରା ଜିଲ୍ଲା ଖରାପ ହେଇସାରିଲାଣି I ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ ବିଷ୍ଣୁ ଜଣେ ବିଶୃଙ୍ଖଳାକାରୀ ,କିଏ ଟିକେଟ ପାଇବେ ନପାଇବେ ସଭାପତି ନିଷ୍ପତି ନେବେ ସିଏ ନୁହନ୍ତି I

Leave a Reply

Your email address will not be published. Required fields are marked *