ଏଠାରେ ଝିଅ ମାନଙ୍କ ସତୀତ୍ୱ ବଜାୟ ରଖିବାକୁ ଯୌନାଙ୍ଗକୁ ସିଲାଇ କରିଦିଆଯାଏ !

ଆଜିର ସମାଜରେ ଆମେ ନିଜକୁ ଆଧୁନିକ କହି ଡିଣ୍ଡିମ ପିଟୁଛେ I ପୁଅ ଝିଅ ସମାନ ବୋଲି ନାରା ଦେଉଛେ Iଝିଅ ମାନେ ମଧ୍ୟ କୌଣସି ଗୁଣରେ ପୁଅଙ୍କ ଠାରୁ କମ ନୁହନ୍ତି I ଘର ଠାରୁ ଆରମ୍ଭ କରି ଦେଶ ଚଳାଇବା ଯାଏଁ ସବୁଠି ନାରୀ ମାନଙ୍କର ଦକ୍ଷତା ଦେଖିବାକୁ ମିଳିଛି I ତେବେ ଆଜିବି ଏପରି କିଛି ଜାଗା ଅଛି ଯେଉଁଠି ଝିଅ ମାନଙ୍କୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡିଥାଏ I ପୁରୁଷ ଆଧିପତ୍ୟ ସମାଜ ରେ ସତେ ଯେପରି ସେମାନଙ୍କର କୌଣସି ଗୁରୁତ୍ୱ ନାହିଁ I ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ଯାହାକି ସଭ୍ୟ ସମାଜକୁ ଥରେଇ ଦେବ I ଘଟଣା ଟି ଇଷ୍ଟ ଆଫ୍ରିକାର I

ଏହି ଅଞ୍ଚଳରେ ଯୁବତୀ ମାନଙ୍କୁ ଏପରି ଅକଥନୀୟ ଅତ୍ୟାଚାର ସହିବାକୁ ପଡେ ଯାହା କି ଆପଣ ଶୁଣିଲେ ବିଶ୍ୱାସ କରିପାରିବେ ନାହିଁ I ସାଧାରଣତଃ ପୁରୁଷ ମାନେ ବିବାହ ପୂର୍ବରୁ ଚାହିଁଥାନ୍ତି ଯେ ତାଙ୍କ ପତ୍ନୀ ଅନ୍ୟ କାହା ସହିତ ସମ୍ପର୍କ ରଖିନଥାଉ I ସେଥିପାଇଁ ଝିଅ ମାନେ କିପରି ବିବାହ ପୂର୍ବରୁ ଅନ୍ୟ କୌଣସି ପୁରୁଷ ସହିତ ସମ୍ପର୍କ ରଖିନପାରନ୍ତି ତାଙ୍କ ଯୌନାଙ୍ଗ କୁ ଅନେକ ଜନଜାତିରେ ଭୟଙ୍କର ଉପାୟରେ ଝିଅମାନଙ୍କର ଯୌନାଙ୍ଗକୁ ସିଲାଇ କରିଦିଆଯାଏ ।

ବିବାହ ପୂର୍ବରୁ ଝିଅମାନେ କିପରି ଅନ୍ୟ କାହା ସହ ଯୌନ ସମ୍ପର୍କ ରଖି ନପାରିବେ ସେଥିପାଇଁ ସେମାନଙ୍କ ଯୌନାଙ୍ଗ କୁ ସିଲାଇ କରି ଦିଆଯାଏ , ଏହାଦ୍ୱାରା ଝିଅ ମାନେ ସଂକ୍ରମଣ ର ଶିକାର ହେଉଥିଲେ ମଧ୍ୟ ପରମ୍ପରା ଆଗରେ ମଥା ପାତି ସହିଯାଆନ୍ତି ବିନା କୌଣସି ପ୍ରତିବାଦ ରେ I

Leave a Reply

Your email address will not be published. Required fields are marked *