ଅପରାଜିତା ଙ୍କ ପାଇଁ 21ବର୍ଷ ପରେ କଟିଗଲା ବାବାଙ୍କ ଟିକେଟ ,ଭୁବନେଶ୍ୱର ରେ ଆଇଏଏସ୍-ଆଇପିଏସ୍ ଲଢେଇ

ଆଜି ବିଜେଡି ର ତୃତୀୟ ପର୍ଯ୍ୟାୟ ପ୍ରାଥୀ ଘୋଷଣା ହେଇଚି ,ତେବେ ଏଥିରେ ଅଧିକାଂଶ ଅଞ୍ଚଳରେ ପ୍ରାଥୀ ବଦଳାଯାଇଥିବା ବେଳେ ସବୁଠାରୁ ଚର୍ଚ୍ଚାରେ ଥିବା ଭୁବନେଶ୍ୱର ପାଇଁ ବାବା ପ୍ରସନ୍ନ ଙ୍କ ଟିକେଟ କଟିଯାଇଛି I ୧୯୯୮ ମସିହାରୁ ଲଗାତାର ଜିତି ଆସୁଥିବା ବାବାଙ୍କ ଉପରେ ଭରଷା କରିପାରିନି ବିଜେଡି ,କାହିଁକିନା ପ୍ରତିପକ୍ଷ ରେ ଅଛନ୍ତି ସବୁଠୁ ଚର୍ଚିତ ଅପରାଜିତା I

ତେଣୁ ଏଥରକ ବାବାଙ୍କୁ ବସାଇ ବିଜେଡି ତରଫରୁ ଦଳରେ ସାମିଲ ହେଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ଟିକେଟ ମିଳିଛି I ବିଜେପି ର ଅପରାଜିତା ଙ୍କ ନାମ ଘୋଷଣା ପରେ ବିଜେଡି ପକ୍ଷରୁ ଅରୂପ ଙ୍କ ନାମ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିଲା ତେବେ ସବୁ ଚର୍ଚାର ଅବସାନ ଘଟାଇ ଅରୂପ ଙ୍କୁ ପ୍ରାଥୀ କରିଛି ଦଳ I

Leave a Reply

Your email address will not be published. Required fields are marked *