କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କ ବିରୁଧରେ ଅନୁଭବ ,ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ସବୁଠୁ ଚର୍ଚିତ ଥିବା ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡା ରେ ସମସ୍ତଙ୍କର ନଜର ରହିଥିଲା I ବିଜେପି ରୁ ବୈଜୟନ୍ତ ଲଢ଼ିବେ ବୋଲି ଘୋଷଣା ସରିଥିବା ବେଳେ ବିଜେଡି ପ୍ରାଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା I କିଛିଦିନ ଧରି ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ନିର୍ବାଚନ ଲଢ଼ିବା ନେଇ ଚର୍ଚା ହେଉଥିଲେ ମଧ୍ୟ ପୁଣି ରାଜ୍ୟସଭା ସାଂସଦ ଅନୁଭବ ଙ୍କ ନାମ ଆସିଥିଲା I

ଏପରିକି କେନ୍ଦ୍ରାପଡା ରେ ଆୟୋଜିତ ମିଶନ ଶକ୍ତିରେ କେନ୍ଦ୍ରାପଡା ପାଇଁ ଅନୁଭବ ଙ୍କୁ ପ୍ରୋଜେକ୍ଟ କରାଯାଇଥିଲା ,ଅନୁଭବ ମଧ୍ୟ ନିଜେ କହିଥିଲେ କି ସେ ଲଢ଼ିବାକୁ ରାଜି ଅଛନ୍ତି I ତେବେ ଆଜି ଏନେଇ ବିଦ୍ଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି I

ବୈଜୟନ୍ତ ବିଜେଡି ରୁ ବିଦା ହବା ପରେ ବିଜେପି ରେ ମିଶିଥିଲେ I ବିଜେପି ତରଫରୁ ତାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି କରାଯାଇଥିଲା ,ଫଳରେ ତାଙ୍କ ଗୁରୁତ୍ୱ ଅଧିକ ବଢ଼ିଯାଇଥିବା ବେଳେ ତାଙ୍କୁ ମାତ ଦେବାକୁ ବିଜେଡି କାହାକୁ ପ୍ରାଥୀ କରିବ ଅନେକ ଚିନ୍ତା କରିଥିଲା I ଶେଷରେ ଆଜି ମୁଖ୍ୟମନ୍ତ୍ରୀ ଅନୁଭବ ହିଁ କେନ୍ଦ୍ରାପଡା ରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି I

Leave a Reply

Your email address will not be published. Required fields are marked *