ଘଷିପୁରା ରେ ପୂର୍ବତନ ବିଧାୟକ ପ୍ରାଥୀଙ୍କୁ ଟିକେଟ ପାଇଁ ବଦ୍ରି ମାରିଦେଇଛନ୍ତି ,ପାଣ୍ଡିଆନ ଓ ବବି ଙ୍କ ଭୂମିକା ରହିଛି

କେନ୍ଦୁଝର ଘଷିପୁରା ର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ବିଜେଡି ରେ ସାମିଲ ହେବାର ଥିଲା କିନ୍ତୁ ସାମିଲ ହେବା ପୂର୍ବରୁ ତାଙ୍କୁ ଘରୁ କେହି ଦୁର୍ବୁର୍ତ ଡ଼ାକିନେଇ ହତ୍ୟା କରିଥିଲେ I ଘଟଣାରେ ସିଧାସଳଖ ରାମଚନ୍ଦ୍ର ଙ୍କ ଝିଅ ବିଜେଡି କର୍ମୀଙ୍କୁ ଟାଣିଥିବା ବେଳେ ଆଜି ମୁଁହ ଖୋଲିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ I ଦାମ କହିଛନ୍ତି କି କିଛିଦିନ ତଳେ ବଦ୍ରି ପାତ୍ର ଙ୍କ ପୁଅ ଥାନାରେ ପଶି ଗଣ୍ଡଗୋଳ କରି ଗିରଫ ହେଇଥିଲେ I ଏପରିକି ବିଜେଡି ନେତା ସୌମ୍ୟ ମଧ୍ୟ ବଦ୍ରି ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ I

ତେବେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇନି I କେନ୍ଦୁଝର ରେ ବଦ୍ରି ଙ୍କ ଗୁଣ୍ଡା ଗିରି ବଢ଼ିବାରେ ଲାଗିଛି I ଏପରିକି ଏହି ହତ୍ୟାକାଣ୍ଡ ପାଇଁ ବଦ୍ରି ,ଭି କେ ପାଣ୍ଡିଆନ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ଭୂମିକା ରହିଛି I ଟିକେଟ ପାଇଁ ବଦ୍ରି ରାମଙ୍କୁ ହତ୍ୟା କରିଥିବା ଦାମ ଅଭିଯୋଗ କରିଛନ୍ତି I ଅନ୍ୟପଟେ ସମସ୍ତ ଘଟଣା କୁ ବଦ୍ରି ଖଣ୍ଡନ କରିଛନ୍ତି I

Leave a Reply

Your email address will not be published. Required fields are marked *