ଭୁଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମୁଖ୍ୟମନ୍ତ୍ରୀ,ପ୍ରାର୍ଥୀପତ୍ର ନାକଚ କରିବାକୁ ପିତାମ୍ବର ଆଚାର୍ଯ୍ୟ ଦାବିକଲେ

ହିଞ୍ଜିଳି ରୁ ଲଢ଼ିବାକୁ ମୁଖ୍ୟମନ୍ତ୍ରୀ ନିଜର ପ୍ରାଥୀପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ବିପକ୍ଷରେ ଅଛନ୍ତି ପିତାମ୍ବର ଆଚାର୍ଯ୍ୟ I ତେବେ ହିଞ୍ଜିଳି ରେ ମୁଖ୍ୟମନ୍ତ୍ରୀ ଦାଖଲ କରିଥିବା ପ୍ରାଥୀପତ୍ର ରେ ତ୍ରୁଟି ଥିବା ଅଭିଯୋଗ କରିଛନ୍ତି ପିତାମ୍ବର I ତାଙ୍କ କହିବାନୁଯାୟୀ ନବୀନ ପଟନାୟକ ବହୁ ତଥ୍ୟ ପ୍ରକାଶ କରିନାହାନ୍ତି ,ପ୍ରIଥିପତ୍ର ରେ ଲୁଚେଇଛନ୍ତି I କୋଇଲା ଦୁର୍ନୀତିରେ ନବୀନ ଙ୍କୁ ସିବିଆଇ ଜେରା କରାଯାଇଥିଲେ ମଧ୍ୟ ଏହି ତଥ୍ୟ କୁ ପ୍ରାଥୀପତ୍ର ରେ ନବୀନ ପ୍ରକାଶ କରିନାହାନ୍ତି ଏପରିକି ଏକ ନଥିପତ୍ର ରେ ଦସ୍ତଖତ ମଧ୍ୟ କରିନାହାନ୍ତି ।

ତେଣୁ ତୁରନ୍ତ ତାଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରାଯିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରିଛନ୍ତି ପିତାମ୍ବର I ପ୍ରାଥୀପତ୍ର ନାକଚ ନହେଲେ ସେ ବାଧ୍ୟ ହେଇ କୋର୍ଟର ଆଶ୍ରୟ ନେବେ ଅନ୍ୟପକ୍ଷରେ ଘଟଣାକୁ ଖଣ୍ଡନ କରିଛନ୍ତି ରିଟର୍ଣ୍ଣିଂ ଅଫିସର I

Leave a Reply

Your email address will not be published. Required fields are marked *