୧୯୯୦ ମସିହା ପରି ଏଥରକ ନିର୍ବାଚନ ହେବ ,ବିଜେଡି ଦୁର୍ଗ ଭୁସୁଡ଼ିଯିବ

ପତ୍ନୀଙ୍କ ବିୟୋଗ ର କିଛିଦିନର ନୀରବତା ପରେ ପୁଣି ସାମ୍ନାକୁ ଆସିଛନ୍ତି ଦାମ ରାଉତ I ଗତକାଲି ହିଞ୍ଜିଳି ରେ ପିତାମ୍ବର ପ୍ରାଥୀପତ୍ର ଦାଖଲ କରିବା ସମୟରେ ତୁଣ୍ଡ ଖୋଲିଛନ୍ତି ଦାମ I ସେହି ଚିରାଚରିତ ଢଙ୍ଗରେ ନବୀନ ଙ୍କୁ ଟାର୍ଗେଟ କରିଛନ୍ତି I ଦୁର୍ନୀତିଗ୍ରସ୍ତ ନବୀନ ସରକାର ର ବହୁ ଜଲ୍ଦି ପତନ ହେବ Iଏହା ସହିତ ଆହୁରି କହିଛନ୍ତି ଯେ ଅକସ୍ମାତ ତାଙ୍କ ପତ୍ନୀ ଙ୍କ ବିୟୋଗରେ ସେ ଭାଙ୍ଗିପଡିଥିଲେ ନଚେତ ସେ ହିଁ ନବୀନ ଙ୍କୁ ଟକ୍କର ଦେଇଥାନ୍ତେ ପ୍ରାଥୀ ହେଇକି ତାଙ୍କ ବିପକ୍ଷରେ I

1990 ମସିହାରେ ଯେପରି କଂଗ୍ରେସ ର ଗଡ ଭୁଶୁଡି ପଡି ହଠାତ କ୍ଷମତା କୁ ଜନତା ଦଳ ଆସିଥିଲା I ଠିକ ସେହିପରି ଦୁର୍ନୀତିଗ୍ରସ୍ତ ବିଜେଡି ର ଏଥରକ ପତ୍ତନ ହେବ ଏବଂ ବିଜେପି ଉପରକୁ ଉଠିବ I ତେବେ ଆହୁରି ମଧ୍ୟ ଦାମ କହିଛନ୍ତି ଯେ ସେ ଚାଁହୁଥିଲେ ତାଙ୍କ ପୁଅବିଜେପି ରୁ ପାରାଦୀପ ପାଇଁ ଲଢୁ ,କିନ୍ତୁ ପୁଅ ଶୁଣିଲେ ନାହିଁ ଅପରପକ୍ଷରେ ବିଜେଡି ରୁ ଝିଅ ଇସ୍ତଫା ଦେଇଥିବା ସେ ଖବରକାଗଜ ରୁ ଜାଣିଲେ I

Leave a Reply

Your email address will not be published. Required fields are marked *