ପ୍ରକୃତିର ବରଦାନ ଲାଜକୁଳୀ,ଅନେକ ରୋଗକୁ ମୂଳରୁ ଶେଷ କରିଦେଇଥାଏ I ଡାଇବେଟିସ ପାଇଁ ବ୍ରହ୍ମାସ୍ତ୍ର

ସାଧାରଣତଃ ଆମେ ବାଡ଼ି ବଗିଚାରିଆ ଏହି ଗଛଟିକୁ ଦେଖିଥିବା ,ଇଏ ଏମିତି ଏକ ଗଛ ଯାହାକୁ ଛୁଇଁବା ମାତ୍ରେ ସେ ଆପେ ଆପେ ଭିତରପଟୁ ବନ୍ଦ ହୋଇଯାଏ କିଛି ସମୟ ପରେ ସେ ନିଜେ ନିଜେ ଖୋଲିଯାଏ I ଲାଜକୁଳୀ ଗଛ ପ୍ରାକୃତିକ କୋଳାହଳ ରୁ ନିଜକୁ ରକ୍ଷା କରିବା ପାଇଁ ଏପରି କରିଥାଏ I ଏହି ସ୍ଵଭାଵ କାରଣରୁ ଲାଜୁଆ ଓ ଲାଜକୁଳୀ ଗଛ ନାମ ଦିଆଯାଇଛି I ଏହି ପତଳା ଶାଖା ତାର କଣ୍ଟାଧାର ଗଛ ହୋଇଥାନ୍ତି I ଲମ୍ବା ପାଂଚ ଫୁଟ ପର୍ଯ୍ୟନ୍ତ ହୋଇପାରିବ I

ଏହି ଗଛର ଫୁଲର ରଙ୍ଗ ହାଲକା ଗୋଲାପୀ ରଙ୍ଗ I ଏହା ବର୍ଷ ସାରା ଉଠିଥାଏ ,ଏହା ଅଧିକ ସମୟ ଘଂଚ ଗଛ ବା ଡାଳରେ ମିଳିଥାଏ I ଏହାର ବ୍ୟବହାର ଔଷଧ ହିସାବରେ କରାଯାଏ I ଲାଜକୁଳିର ଫୁଲ ପତ୍ର ଓ ମଝିଭାଗ ଅନେକ ରୋଗରୁ ବଂଚିବା ପାଇଁ ବ୍ୟବହାର କରାଯାଏ I ମଧୁମେହ ରେ ପୀଡିତ ବ୍ୟକ୍ତିକୁ ଏହା ଔଷଧ ରୂପରେ ଦିଆଯାଏ I ମଧୁମେୟରେ ପୀଡିତ ବ୍ୟକ୍ତି ଏହାର ପତ୍ରର ରସକୁ ସେବନ କଲେ ବହୁ ଫାଇଦା ମିଳିବ I ଯାହାର ଖାଶ ହେଉଥିବ ଏହି ପତ୍ରର ରସକୁ ଗଳାରେ ଲଗାଇଲେ ତାହା ଭଲ ହୋଇଯାଏ

I ଯଦି କାହାକୁ ପେଟରେ ପଥର ରୋଗ ହେଇଛି ତ ଏହାର ରସକୁ ସେବନ କଲେ ସେଥିରୁ ମୁକ୍ତି ମିଳିଥାଏ I ଏହାକୁ ଦିନରେ ଦୁଇ ତିନିଥର ଦେଲେ ତାହା ପଥରକୁ ଭାଙ୍ଗି ବାହାରକୁ ବାହାର କରିଦେବ I ଏହାର ସେବନରେ ମଧ୍ୟ ହାଡ଼ ମଜଭୁତ ହୁଏ I ଲାଜକୁଳିର ଉପଯୋଗ ଛାତି କ୍ୟାନ୍ସର ପାଇଁ ମଧ୍ୟ ବ୍ୟବହାର ହୁଏ I ଶୁଖିଲା ଡାଳକୁ ବାଟି ଛାତିରେ ଲଗାଇଲେ ମୁକ୍ତି ମିଳିଥାଏ I

ଦାନ୍ତ ବିନ୍ଧା ହେଉଥିଲେ ଏହାର ମଝିଭାଗକୁ ପାଣିରେ ପକାଇ ସେଇ ପାଣିକୁ ପାଟିରେ କୁଲୁକୁଳି କଲେ ଦାନ୍ତ ବିନ୍ଧା କମିଯାଏ I ଯଦି ମୁହଁ କୁଣ୍ଡାଇ ହଉଥାଏ ତାହେଲେ ଏହି ପତ୍ରର ରସକୁ ବାଟି ମୁହଁର ପ୍ରଭାବିତ ଜାଗାରେ ଲଗାଇଲେ ତାହା ଭଲ ହୋଇଯାଏ I ଲାଜକୁଳୀର ବ୍ୟବହାର ଘା ଭଲ ହେବାପାଇଁ ମଧ୍ୟ କରାଯାଏ I ଏହି ପତ୍ରକୁ ବାଟି ତାର ରସକୁ ଘା ଉପରେ ଲଗାଇଲେ ତାହା ଭଲ ହୋଇଯାଏ I

Leave a Reply

Your email address will not be published. Required fields are marked *